ଭୁବନେଶ୍ୱର : ରାଷ୍ଟ୍ରୀୟ ଜୀବିକା ମିଶନ ଅର୍ଥକୁ ହଡପ କରି ଚଞ୍ଚକତା କରି ବର୍ତମାନ ଭୋଟ ଆପଣାଆଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ । ଉଭୟ ବିଏସକେୱାଇ ଯୋଜନା ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ କେବଳ ଧୂଆଁ ବାଣ । ହେଲେ ବାସ୍ତବରେ ଏହି ଯୋଜନାରେ କୌଣସି ଗରିବ ଲୋକ ଲାଭାନ୍ୱିତ ହେବେନାହିଁ ବରଂ ହଇରାଣର ଶିକାର ହେବେ ବୋଲି ରାଜ୍ୟ ସରକାର ହୃଦୟଙ୍ଗମ କରିସାରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।
ସାଧାରଣ ଲୋକଙ୍କ ମନରେ କ୍ଷଭୋ ପ୍ରକାଶ ପାଇଛି । ଏଥିରୁ ବଞ୍ଚିତ ପାଇଁ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ହୀନ ଓ ଜନ ବିରୋଧୀ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ବିଜେପି କହିଛି । ପଞ୍ଚାୟତ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହେବାକୁ ଯାଉଛି । ଏହି ସମୟରେ ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ନପଠାଇ ଅଧିକାରୀ ମାନଙ୍କ ଜରିଆରେ ହିତାଧିକାରୀମାନଙ୍କ ହାତରେ ନଗଦ ଟଙ୍କା ପ୍ରଦାନ କରି ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ହୀନ ପ୍ରୟାସ ଶାଶକ ବିଜେଡି କରିଛି ।
କୋଭିଡ ସହାୟତା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜିବୀକା ମିଶନରେ ପଠାଇଥିବା ପର୍ଯ୍ୟାପ୍ତ ପରିମାଣର ସହାୟତା ଟଙ୍କାକୁ ହଡପ ଓ ଚଞ୍ଚକତା କରି ସେହି ଅର୍ଥକୁ ସଠିକ୍ ସମୟରେ ନଦେଇ ବର୍ତ୍ତମାନ ନିର୍ବାଚନ ସମୟରେ ଭୋଟ ଆପଣାଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାଶକ ବିଜେଡି ସପକ୍ଷରେ ଓଡିଶାବାସୀ ଭୋଟ ଦେବେନାହିଁ ବୋଲି ଭଲଭାବେ ଜାଣିସାରିଛନ୍ତି । ତେଣୁ ନିର୍ବାଚନକୁ ପ୍ରଭାବିତ କରି ଭୋଟ ହାତେଇବା ପାଇଁ ଶାସକ ବିଜେଡି ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିବାର ଉଦ୍ୟମ ଆରମ୍ଭ କରିଛି ।
ପଞ୍ଚାୟତ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହେବାକୁ ଯାଉଛି ।ପଞ୍ଚାୟତ ନିର୍ବାଚନ ଚାଲୁଥିବା ସମୟରେ ମଧ୍ୟ ଏହି ଟଙ୍କାକୁ ବଣ୍ଟନ କରି ଭୋଟ ହାତେଇବାରେ ଅତ୍ୟନ୍ତ ହୀନ ଷଡଯନ୍ତ୍ର ଶାଶକ ବିଜେଡି ତରଫରୁ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।