ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ନର୍ମଦା’ ଓ କବିତା ସଙ୍କଳନ ‘ବଣମଲ୍ଲୀ’ ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ନର୍ମଦା’ ଓ କବିତା ସଙ୍କଳନ ‘ବଣମଲ୍ଲୀ’ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି।

ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ, ଅଧ୍ୟାପକ ବିଶ୍ୱରଞ୍ଜନ ସମ୍ମାନିତ ବକ୍ତା ଭାବରେ, ମୌସୁମୀ ଦାସ ଏବଂ ରମେଶ ଚନ୍ଦ୍ର ପାଣି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିସ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିପିନ ମହାନ୍ତି , ସମରେନ୍ଦ୍ର କର ଏବଂ ଭାଗ୍ୟଧର ଶତପଥୀ ଉନ୍ମୋଚିତ ପୁସ୍ତକ ଉଅରେ ଆଲୋଚନା କରିଥିଲେ। ପରିଶେଷରେ ଶ୍ରୀ ମିଶ୍ରଙ୍କର କନ୍ୟା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *