ଋଣ ସୁଝିପାରୁନାହାନ୍ତି ଅନାଥ ପିଲା, ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ ସୀତାରମଣ

Top Storise ଦେଶ- ବିଦେଶ

ଭୋପାଳ: କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ଭୋପାଳର ଜଣେ 17 ବର୍ଷୀୟା ଝିଅ ବାଣୀଶା ପାଠକଙ୍କ କାହାଣୀ ଏମିତି, ଯିଏ କରୋନା ମହାମାରୀରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି।

ମଧ୍ୟପ୍ରଦେଶ ଭୋପାଳରେ ଦଶମ ଶ୍ରେଣୀ ବୋର୍ଡ ଟପ୍ପର ହୋଇଥିବା ବାଣୀଶା ପାଠକ ମହାମାରୀ ବେଳେ ଉଭୟ ବାପା ମାଆଙ୍କୁ ହରାଇଛନ୍ତି । ଏବେ ସେ ପ୍ରତିଦିନ ତାଙ୍କ ବାପା ଏଲଆଇସିରୁ ନେଇଥିବା ଏକ ଘର ଋଣକୁ ନେଇ ଏଲଆଇସିର ନୋଟିସକୁ ସାମ୍ନା କରୁଛନ୍ତି। ଏଲଆଇସି ଏଜେଣ୍ଟ ଥିବା ବାଣୀଶାଙ୍କ ବାପା ଜିତେନ୍ଦ୍ର ପାଠକ ଏଲଆଇସିରୁ ଋଣ ଆଣିଥିଲେ। ଏବେ ବାଣୀଶା ନିଜ ଦାଦାଙ୍କ ପାଖରେ ରହିଛନ୍ତି। ସେ ମାଟ୍ରିକ ଟପ୍ପର। ଏପରି ନୋଟିସ କିନ୍ତୁ ତାଙ୍କୁ ଅସହାୟ କରି ଦେଉଛି ବୋଲି ଚିଠି ଲେଖି 17 ବର୍ଷୀୟ ଝିଅଟି କହିଛି।

ଉଭୟ 17 ବର୍ଷୀଯ ଝିଅ ଏବଂ ତାଙ୍କ ଭାଇ ଉଭୟ ନାବାଳକ । ଏବେ ଋଣ ପରିଶୋଧ ନହେବାରୁ ଏଲଆଇଲସି ତାଙ୍କ ବାପାଙ୍କ ସମସ୍ତ ସଞ୍ଚୟ ଏବଂ କମିଶନ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଥିବା ସୂଚନା ମିଳିଛି।

ଏକ ଜାତୀୟ ଗଣମାଧ୍ୟମ ଏ ନେଇ ଏଲଆଇସିର ମୁଖ୍ୟ ଅଫିସ ସହ ଯୋଗାଯୋଗ କରିଥିଲେ । ବାଣୀଶାଙ୍କ ଅନୁରୋଧକୁ କେନ୍ଦ୍ରୀୟ ଅଫିସକୁ ପଠାଯାଇଛି ବୋଲି ସୂଚନା ରହିଛି।

ତେବେ ବାଣୀଶାଙ୍କ ଦୁର୍ଦ୍ଦଶାକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନଜ ଆଡୁ ହସ୍ତକ୍ଷେପ କରିଛନ୍ତି। ସେ ଟୁଇଟ୍ କରି କର୍ତ୍ତୃପକ୍ଷଙ୍କୁ ଏହି ବିଷୟ ଉପରେ ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ଟୁଇଟରେ ଇକୋନମିକିଲା ସର୍ଭିସ ଡିପାର୍ଟମେଣ୍ଟ ଏବଂ ଏଲଆଇସି ଇଣ୍ଡିଆକୁ ଟ୍ୟାଗ୍ କରି ତାଙ୍କୁ ବର୍ତ୍ତମାନର ସ୍ଥିତିର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଯୋଗୁ ସମ୍ଭବତଃ ବାଣୀଶାଙ୍କ ପାଇଁ ସବୁକିଛି ଆଶାନୁରୂପ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *