ବାରବାଟୀରେ ଖେଳାଯିବ ଲିଜେଣ୍ଡ ଲିଗ୍‌ କ୍ରିକେଟ, ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳୀ

Top Storise ରାଜ୍ୟ

ଭୁବନେଶ୍ୱର: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି ଦୁଇ ଦଳ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା।

ଆସନ୍ତାକାଲି ଦୁଇ ଟିମ୍‌ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍‌ ଓ୍ୱାଟସନଙ୍କ ପରି ଖେଳାଳି ଅଛନ୍ତି। ସେହିପରି ମନପଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୂରଲୀଧରନଙ୍କ ପରି ଖେଳାଳୀ ଅଛନ୍ତି। ଏହି କ୍ରିକେଟରଙ୍କ ଝଲକ ପାଇବାକୁ ରାସ୍ତା କଡ଼ରେ ଓ ହୋଟେଲ ସମ୍ମୁଖରେ ଫ୍ୟାନ ପ୍ରବଳ ଭିଡ଼ ଲାଗିଥିଲା।

Leave a Reply

Your email address will not be published. Required fields are marked *