୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

Top Storise ରାଜ୍ୟ

ଭୁବନେଶ୍ବର : ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨-୩ ଦିନ ରହିବ ଏବଂ ବିଷୁବ ରେଖାର ନିକଟ ହେତୁ ଘନୀଭୂତ ହେବାରେ ବିଳମ୍ବ ହେବ। ପରବର୍ତ୍ତୀ ସମୟରେ ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। କେତେକ ମଡେଲରୁ ଜଣାପଡ଼ୁଛି ଯେ ଏହା ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିବ। ତେବେ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ପଡ଼ିବା ସହିତ ରାତ୍ରିକାଳୀନ ୨୦ ଡିଗ୍ରୀ ତଳକୁ ରହୁଛି । ଫୁଲବାଣୀର କୁହୁଡ଼ି ଦୃଶ୍ୟମାନର ଦୂରତା ୨୦୦ ମିଟର ରହୁଥିଲା ବେଳେ ଭବନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ରହୁଛି । ସେହିପରି କୋରାପୁଟରରେ ରାତ୍ରିକାଳୀନ ତାପମାତ୍ରା ୧୧.୬ ରହୁଥିଲା ବେଳେ ସିମିଳିଗୁଡ଼ାରେ ୧୧.୪ ଡିଗ୍ରୀ ରହୁଛି । କିରେଇ(ସୁନ୍ଦରଗଡ଼)ରେ ୧୧.୫ ଡିଗ୍ରୀ, ଜି. ଉଦୟଗିରି(କନ୍ଧମାଳ)ରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପରରେ ୧୪.୨ ଡିଗ୍ରୀ ଓ ଭବାନିପାଟଣାରେ ୧୪.୮ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି । ଦୈତ୍ୟ ନଗର ଭୁବନେଶ୍ୱରରେ ୧୯.୪ ଡିଗ୍ରୀ ଏବଂ କଟକରେ ୨୦ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *