ଚନ୍ଦ୍ରଶେଖରରୁ ଧରଣୀଧର, ତ୍ରିରଙ୍ଗା ଯାତ୍ରାରେ ଦେଶପ୍ରେମର ବାର୍ତ୍ତା, ଗଡ଼ିଲା 100 ଗାଡ଼ି

Top Storise ରାଜ୍ୟ

କେନ୍ଦୁଝର: ସ୍ୱାଧୀନତା ଦିବସ ଅବସରରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ ହୋଇଛି ‘ଚନ୍ଦ୍ରଶେଖରରୁ ଧରଣୀଧର’ ତ୍ରିରଙ୍ଗା ଯାତ୍ରା। ଧରଣୀଧର ଯୁବ ବିକାଶ ପରିଷଦ, କେନ୍ଦୁଝରର ସଂଯୋଜନାରେ ଅଗଷ୍ଟ ୧୪ ତାରିଖ ଅପରାହ୍ନରେ ଚମ୍ପୁଆ ଜାଗର ପଡ଼ିଆରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା।

ଚାରିଚକିଆ ଯାନରେ ତ୍ରିରଙ୍ଗା ପତାକା ଧରି ବହୁ ଯୁବ ଓ ପୁରାତନ ଛାତ୍ରନେତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଚମ୍ପୁଆରୁ ଆରମ୍ଭ ହୋଇଥିବା ଯାତ୍ରା ରିମୁଳି ଓ ଝୁମ୍ପୁରା ବଜାର ଦେଇ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।



ଏହି ତ୍ରିରଙ୍ଗା ଯାତ୍ରାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆର ପୂର୍ବତନ ଛାତ୍ରନେତା ନିଖିଲ କୁମାର ସେଠୀ, ଈଶ୍ୱର ଚନ୍ଦ୍ର ମହାନ୍ତ ଓ ନୀଳମଣି ମହାନ୍ତଙ୍କ ସମେତ ରିମୁଳି ମହାବିଦ୍ୟାଳୟର ଅଜୟ କୁମାର ସେଠୀ, ତରୁଣ କୁମାର ସେଠୀ, ଅମୁଲ୍ୟ କୁମାର ବେହେରା, ସଂଜୀବ କୁମାର ମହାନ୍ତ, ଶ୍ରୀବତ୍ସ ମାଟିଆ, ଗୁଲସନ ମହାନ୍ତ, ବୈକୁଣ୍ଠ ମହାନ୍ତ, ଇନ୍ଦ୍ରମଣି ମହାନ୍ତ ଓ ପିତାମ୍ବର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ଧରଣୀଧର ବିଶ୍ୱବିଦ୍ୟାଳୟର ଆର୍‌.ପି. ଶଶାଙ୍କ ଶେଖର ନାୟକ, ବଡ଼ବିଲ ମହାବିଦ୍ୟାଳୟର ଅରବିନ୍ଦ ମହାକୁଡ଼ ଓ ଚିନ୍ମୟ କୁମାର ମହାକୁଡ଼ଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରନେତା ଏଥିରେ ସାମିଲ ହୋଇଥିଲେ।

ବର୍ତ୍ତମାନର ଛାତ୍ରନେତା ଅଜିତ କୁମାର ମହାନ୍ତ, ବିକାଶ କୁମାର ବାରିକ, ପପୁ ମହାନ୍ତ, ସନ୍ତୋଷ ଗିରି, ଓମପ୍ରସାଦ ଲହାର, ସୁଧୀର ପ୍ରଧାନ, ଆଶୁତୋଷ ମହାରଣା, ସମୀର ବାରିକ ଓ ଖିତେସ ବେହେରାଙ୍କ ସମେତ ବହୁ ଯୁବକ ଓ ଛାତ୍ରନେତା ଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଏହାସହ ଚମ୍ପୁଆ ବାର୍‌ ଆସୋସିଏସନର ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଅଗନୁ ଚରଣ ମହାନ୍ତ, ସିଦ୍ଧାର୍ଥ କୁମାର ସିଂ, ଖିରୋଦ ମହାନ୍ତ, ସୁଧୀର ସର୍ଦାର ଓ ସୂର୍ଯ୍ୟକାନ୍ତ ମହାକୁଡ଼ଙ୍କ ସମେତ ଅନେକ ଯୁବକ ଯୋଗଦେଇଥିଲେ।

ପୂର୍ବତନ ଛାତ୍ରନେତା ହେମରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଦେଶପ୍ରେମ, ଜାତୀୟ ଏକତା ଓ ଯୁବଶକ୍ତିର ବାର୍ତ୍ତା ଦିଆଯାଇଥିଲା। ବର୍ତ୍ତମାନ ଓ ପୁରାତନ ଛାତ୍ରନେତାଙ୍କ ସହଯୋଗରେ ଯାତ୍ରାଟି ସଫଳତାର ସହ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *