ଦିଲ୍ଲୀରେ ତିଆରି ହେବ ୪୪ଟି ଅକ୍ସିଜେନ ପ୍ଲାଣ୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଣାୟତ କରୋନା ସ୍ଥିତି । ଗୋଟିଏ ପଟେ କରୋନା ତାର କରାଳ ରୂପ ଦେଖାଉଥିବାବେଳେ ଅକ୍ସିଜେନ ଅଭାବ ବର୍ତମାନ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଥାଇଲାଣ୍ଡରୁ ୧୮ଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ଏବଂ ଫ୍ରାନ୍ସରୁ ୨୧ଟି ପ୍ରସ୍ତୁତ ଅମ୍ଳଜାନ କାରଖାନା ଆମଦାନୀ କରିବାକୁ ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଜୀବନ ରକ୍ଷାକାରୀ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିବା ବେଳେ ଏହାକୁ ତୁରନ୍ତ ଦୂର କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ମାସରେ ଦିଲ୍ଲୀ ସରକାର ବିଭିନ୍ନ ଡାକ୍ତରଖାନାରେ ୪୪ଟି ଅମ୍ଳଜାନ କାରଖାନା ସ୍ଥାପନ କରିବେ, ଯେଉଁଥିରେ ୨୧ଟି ଫ୍ରାନ୍ସରୁ ଆମଦାନୀ ହେବ। ଏପ୍ରିଲ ୩୦ସୁଦ୍ଧା କେନ୍ଦ୍ର ଆଠଟି ଅମ୍ଳଜାନ କାରଖାନା ସ୍ଥାପନ କରିବ। ଏହା ସହ କେନ୍ଦ୍ର ଦିଲ୍ଲୀକୁ ୫ଟି ଅମ୍ଲଜାନ ଟ୍ୟାଙ୍କର ଯୋଗାଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭର୍ଚୁଆଲ ବୈଠକରେ କହିଛନ୍ତିି।

ଏହା ସହ ସେ କହିଛନ୍ତି ଯେ, ଦିଲ୍ଲୀ ସରକାର ଥାଇଲାଣ୍ଡରୁୁ ଅମ୍ଲଜାନ ଟ୍ୟାଙ୍କର ଆଣିବା ପାଇଁ ଭାରତୀୟ ବାୟୁସେନା ବିମାନ ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛି। ବୁଧବାର ସୁଦ୍ଧା ଅମ୍ଲଜାନ ଟ୍ୟାଙ୍କର ଦିଲ୍ଲୀରେ ପହଞ୍ଚିବ। ଅମ୍ଲଜାନ ଟ୍ୟାଙ୍କର ପହଞ୍ଚିବା ପରେ ଦିଲ୍ଲୀରେ ଦେଖାଦେଇଥିବା ଅମ୍ଲଜାନର ଅଭାବ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତିି।

Leave a Reply

Your email address will not be published. Required fields are marked *