ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ

Top Storise ରାଜ୍ୟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ । ହାତୀପଲ ଗାଁକୁ ଆସି ଅନେକ ଧାନବିଲ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀ ପଲ ଫେରିନପାରି ଗାଁରେ ରହିଯାଇଛନ୍ତି । ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ଛୁଆ ହାତୀ ଅଛନ୍ତି । ଖବର ପାଇ ଉଲୁଣ୍ଡା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ପ୍ରତିବର୍ଷ ପରି ଏଥର ମଧ୍ୟ ହାତୀପଲକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସେପଟେ ହାତୀପଲ କିଭଳି ଲୋକଙ୍କ ଧନଜୀବନ ନଷ୍ଟ ନକରିବେ ଏବଂ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ନିଆଯିବ ସନେଇ ଚେଷ୍ଟା ଜାରି ରଖିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *