‘କ୍ରିଶ୍ ୪’ ପାଇଁ ଗୀତ ଗାଇବେ ହ୍ରିତିକ୍

ମନୋରଞ୍ଜନ

ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ୍ ବର୍ତ୍ତମାନ ତାଙ୍କ ଆଗାମୀ ମୁଭି ଫାଇଟର୍ ଏବଂ ବିକ୍ରମ ବେଦ ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ‘କ୍ରିଶ୍ ୪’ ରେ ସୁପରହିଟ୍ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମ୍ୟୁଜିକ୍ କମ୍ପୋଜର ରାଜେଶ ରୋଶନ୍ ଫିଲ୍ମର ସଙ୍ଗୀତ ବିଷୟରେ ସବିଶେଷ ତଥ୍ୟ ସେୟାର୍‌ କରିଥିଲେ। କ୍ରିଶ୍‌ ୪ରେ  ହ୍ରିତିକ୍‌ଙ୍କ କଣ୍ଠଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ଜୁନ୍ ୨୩ ରେ ହ୍ରିତିକ୍ କ୍ରିଶ୍ ୪କୁ ନେଇ ଘୋଷଣା କରିଥିଲେ। ଏକ ବାର୍ତ୍ତାଳାପରେ ଫିଲ୍ମର ମ୍ୟୁଜିକ୍ କମ୍ପୋଜର ରାଜେଶ ରୋଶନ ଫିଲ୍ମ ବିଷୟରେ ସବିଶେଷ ତଥ୍ୟ ସେୟାର କରିଥିଲେ। ସେ କହିଛନ୍ତି, “ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିଶ ୪ ର ସଙ୍ଗୀତ ଉପରେ କାମ ଆରମ୍ଭ କରିନାହୁଁ, କିନ୍ତୁ ସ୍କ୍ରିପ୍ଟ ଶେଷ ହେବା ମାତ୍ରେ ଆମେ ଆରମ୍ଭ କରିବୁ।

Leave a Reply

Your email address will not be published. Required fields are marked *