ପାହାଡାହାଣ୍ଡି : ମଇଦଲପୁର ପୁଲିସକୁ ବଡ଼ ସଫଳତା । ପାପଡାହାଣ୍ଡି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମ ନିକଟରୁ ମଇଦଲପୁର ପୁଲିସ ଏକ କାରରୁ ଗଞ୍ଜଇ ଜବତ କରିଛି । ପୁଲିସର ଚଢ଼ାଉ ସମୟରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ଗଞ୍ଜଇ ଆସନ୍ତାକାଲି ଓଜନ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଆଜି ସକାଳ ମଇଦଲପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଯାନବାହନ ଯାଞ୍ଚ କରିଥିଲା । ଏହି ସମୟରେ ପାପଡାହାଣ୍ଡି ପଟୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର୍ (ଓଆର ୨୪ଭି ୧୩୪୩)କୁ ପୁଲିସ ଅଟକାଇ ଥିଲା । କିନ୍ତୁ ଡ୍ରାଇଭର ଜଣକ କାର୍ ନ ଅଟକାଇ ଦ୍ରୁତ ଗତିରେ ଚାଲି ଯାଇଥିଲା । ପରେ ପୁଲିସ ଏହି କାରକୁ ପିଛା କରିଥିଲା । ଗାଦବାକାତରା ପଞ୍ଚାୟତର ଚବରାଗୁଡ଼ା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏହି କାର୍ ଥିବା ଦେଖି ପୁଲିସ ଭିତରେ ଯାଞ୍ଚ କରିଥିଲା । ଯାଞ୍ଚ ପରେ ଗାଡ଼ି ଭିତରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା । ଅନ୍ୟପଟେ ପୁଲିସ ପିଛା କରୁଥିବା ଜାଣି କାର୍ ଚାଳକ ଜଣକ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲା । ପୁଲିସ ଏହି କାରକୁ ଏକ ଟ୍ରାକ୍ଟର ସହାୟତାରେ ମଇଦଲପୁର ଫାଣ୍ଡିକୁ ନେଇଥିଲା । ଆସନ୍ତାକାଲି ଜବତ ଗଞ୍ଜେଇ ଓଜନ କରାଯିବ ବୋଲି ଜଣାପଡ଼ିଛି l