corona-update copy

କରୋନା ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୧୦୮; ପୁଣି ୧୦୭୮ ନୂଆ ମାମଲା ଚିହ୍ନଟ

Top Storise ରାଜ୍ୟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୦୮ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ରେକର୍ଡ କଲା ସଂକ୍ରମଣ ସଂଖ୍ୟା । ୨୮ ଜିଲ୍ଲାରୁ ଆଉ ୧୦୭୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୫ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୨ ଜଣ ୬୦ ଓ ୬୧ ବର୍ଷୀୟ ପୁରୁଷ ଏବଂ ଜଣେ ୪୦ବର୍ଷୀୟ ମହିଳା। ତେବେ ଏମାନେ ସମସ୍ତେ ପୂର୍ବରୁ ମଧୁମେୟ ରୋଗରେ ପୀଡ଼ିତ ଥିଲେ । ଏହାସହ ଗଜପତିରୁ ୭୨ବର୍ଷିୟ ପୁରୁଷ କରୋନା ଭାଇରସ କରଣରୁ ମୃତ୍ୟୁ ବରଣ କରିଛନ୍ତି ଯିଏ କି ପୂର୍ବରୁ ମଧୁମେୟ, ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । କନ୍ଧମାଳରୁ ମୃତ୍ୟୁବରଣ କରିଥିବା ୮୬ବର୍ଷୀୟ ପୁରଷ ଜଣଙ୍କ ପୂର୍ବରୁ ମଧୁମେୟ ଓ ଫୁସଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂଆ ୧୦୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୩୫୭ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୯, ୮୩୫ କୁ ବୃଦ୍ଧି ହୋଇଛି । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୧୨୧, ରାୟଗଡାରୁ ୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମାଲକାନଗିରିରୁ ୬୬, କଟକରୁ ୫୭, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪ ପଜିଟିଭ୍ ଚିହ୍ନଟ ସୁନ୍ଦରଗଡ଼ରୁ ୨୯, ପୁରୀରୁ ୨୮, ବରଗଡ଼ରୁ ୨୬, କେନ୍ଦ୍ରାପଡ଼ା ଓ ଗଜପତିରୁ ୨୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସମ୍ବଲପୁର ଓ ଯ଼ାଜପୁରରୁ ୨୦ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୭, କେନ୍ଦୁଝରରୁ ୧୬, କଳାହାଣ୍ଡି ଓ କୋରାପୁଟରୁ ୧୫ଜଣ ଲେଖାଏଁ, ମଯୂରଭଞ୍ଜ ଓ କନ୍ଧମାଳରୁ ୧୩ଜଣ ଲେଖାଏଁ, ବାଲେଶ୍ୱର ଓ ସୋନପୁରରୁ ୧୦ଜଣ ଲେଖାଏଁ, ବଲାଙ୍ଗିରରୁ ୬, ନୟାଗଡ଼ରୁ ୫, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯, ୮୩୫ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩, ୩୦୯ ଜଣ ସୁସ୍ଥ ହୋଇଯାଇଥିବା ବେଳେ ଏବେ ୬, ୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଆଜି ହଜାରେ ପାର କରିଛି ସଂକ୍ରମଣ ସଂଖ୍ୟା ଯାହା ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ସାଜିଛି ।

Leave a Reply

Your email address will not be published. Required fields are marked *