ରାସ୍ତାରେ ଫସିଲା ଟ୍ରକ ୧୬ ଘଣ୍ଟା ଅନ୍ତରାଜ୍ୟ ଯାତ୍ରା ଠପ

Top Storise ରାଜ୍ୟ

କୋରାପୁଟ : ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ସାଲୁର ଘାଟି ୨୬ ନଂ ଜାତୀୟ ରାଜପଥ ଖୋଳି ହୋଇଯାଇଥିବା ଯୋଗୁଁ ଉକ୍ତ ଗାତରେ ଏକ କୋଇଲା ବୋଝେଇ ଟ୍ରକ ଫସିଯିବା କାରଣରୁ ଆନ୍ତରାଜ୍ୟ ଯାନବାହନ ଚଳାଚଳ ୧୬ ଘଣ୍ଟା ଠପ ହୋଇଯାଇଥିଲା । ସୂଚନା ଅନୁଯାଇ ଅପରାହ୍ନ ପ୍ରାୟ ୬ ଟା ସମୟରେ ଆନ୍ଧ୍ରପ୍ରଦେଶ ଠାରୁ ଓଡ଼ିଶା ନିମନ୍ତେ ଆସୁଥିବା କୋଇଲା ବୋଝେଇ ଟ୍ରକ ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଠାରୁ ଏକ କିମି ଦୂର ଠାରେ ରାଜରାସ୍ତାରେ ହୋଇଥିବା ଗାତରେ ଟ୍ରକଟି ଖସି ଯାଇଥିଲେ । ଏହା ଫଳରେ ଉଭୟ ରାଜ୍ୟଦେଇ ଆସୁଥିବା ଗାଡ଼ିଗୁଡିକ ଚଳାଚଳ ବନ୍ଦ ହୋଇଯାଇଥିଲା । କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାରିଚକିଆ ଯାନବାହନ ଚଳାଚଳ ନିମନ୍ତେ ବ୍ୟବସ୍ଥା କରି କିଛିଗାଡି ଯିବାରେ ସଫଳ ହୋଇଥିଲେ । ଉକ୍ତ ଘଟଣା ବିଷୟରେ ଆନ୍ଧ୍ରପ୍ରଦେଶର ସୀମାନ୍ତ ପାସିପେଣ୍ଟଆ ଥାନାର ପୋଲିସ ସୂଚନା ପାଇବା ସହ ଘଟଣା ସ୍ଥଳକୁ ଏକ ମେସିନ ଆଣିବାର ବ୍ୟବସ୍ଥା କରିବା ସହ ଉକ୍ତ ମେସିନ ସହାୟତାରେ ସକାଳ ସମୟରେ ପ୍ରାୟ ୧୦ ଟା ସମୟରେ ଦୀର୍ଘ ୧୬ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇପାରିଛି ।

Leave a Reply

Your email address will not be published. Required fields are marked *