ଦେଶରେ ଦିନକରେ ୧୬ ହଜାର ୫୭୭ ନୂଆ ଆକ୍ରାନ୍ତ, ୧୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨୦ ରହିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୧୬ ହଜାର ୫୭୭ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ କୁ ବୃଦ୍ଧି ପାଇଛି ।ସେହିପରି ଗତ ୨୪ ଘଣ୍ଟାରେ ୧୨୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୧ ଲକ୍ଷ ୫୬ ହଜାର […]

Continue Reading

ଶେହ୍‌ନାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍‌ ବସ୍‌ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ ମଧ୍ୟ ସେ ଚର୍ଚ୍ଚା ପରିସରଭୁକ୍ତ ହୋଇଥିଲେ। ଗୁରୁବାର ଦିନ ଜଣେ ଟ୍ୱିଟର ବ୍ୟବହାରକାରୀ ଥଟ୍ଟା କରି ସିଦ୍ଧାର୍ଥଙ୍କୁ ଶେହନାଜ୍‌ ଗିଲ୍‌ଙ୍କ ସହ ବିବାହ କରିବା ନେଇ ପ୍ରଶ୍ନ କରିଥିଲେ। […]

Continue Reading

ମୁମ୍ୱାଇ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହ୍ରିତିକ ରୋଶନଙ୍କୁ ସମନ୍

ମୁମ୍ୱାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚର ସମନ୍ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଇ-ମେଲ୍ ଓ୍ୱାରକୁ ନେଇ ହୋଇଥିବା ମାମଲାରେ ହ୍ରିତିକଙ୍କୁ ଡାକି ପଚରାଉଚରା କରିବ ମୁମ୍ୱାଇ କ୍ରାଇମବ୍ରାଞ୍ଚ । ଆସନ୍ତାକାଲି ହ୍ରିତିକ ରୋଶନ ମୁମ୍ୱାଇ କ୍ରାଇମବ୍ରାଞ୍ଚର କ୍ରିମିନାଲ୍ ଇଣ୍ଟେଲିଜେନ୍ସ ୟୁନିଟ ଆଗରେ ନିଜ ପକ୍ଷ ରଖିବେ । ୨୦୧୬ରେ ହ୍ରିତିକ ରୋଶନ-କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ଇ-ମେଲ୍ ଓ୍ୱାର ବାହାରକୁ ଆସିଥିଲା । ସାଇବର […]

Continue Reading

ଝାଡଖଣ୍ଡ କ୍ୟାବିନେଟ୍‌ରେ ହୁକ୍କା ବାର୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଳ୍ଲୀ: ଗୁରୁବାର ଦିନ ଝାଡଖଣ୍ଡ କ୍ୟାବିନେଟ୍ ରାଜ୍ୟରେ ହୁକ୍କା ବାର୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଅନୁଯାୟୀ, ସେହି ନିୟମ ଉଲ୍ଲଂଘନକାରୀମାନଙ୍କୁ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ। ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ପରି ତମାଖୁ ଦ୍ରବ୍ୟ ବିକ୍ରୟ ତଥା କ୍ରୟକୁ ବେଆଇନ କରିବାକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି। ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନା କରାଯିବ। ଏହି ଆଇନ ଅନୁଯାୟୀ ପୂର୍ବରୁ ଜରିମାନା […]

Continue Reading

ଅପରେସନ୍ ସଙ୍ଗମ: ଲାଗାତାର ୩ଦିନ ମାଓ ଅପରେସନ୍, ଲାଲବାହିନୀର ୭ଟି କ୍ୟାମ୍ପ ଧୂଳିସାତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍‌ । ଲଗାତାର ୩ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅଭିଯାନ ‘ଅପରେସନ୍ ସଙ୍ଗମ’ । ମାଓବାଦୀଙ୍କ ୭ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାବାହିନୀ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏ କୌଣସି ମୃତଦେହ ଠାବ ହୋଇନାହିଁ । ମାଓକ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ତ, ବିସ୍ଫୋରକ ଓ ମାଓ ସାମଗ୍ରୀ ।  ଛତିଶଗଡ଼ ନାରାୟଣପୁର […]

Continue Reading

ଆଜି ଭାରତ ବନ୍ଦ, ବାଣିଜ୍ୟିକ ବଜାର ଠପ୍

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(CAIT) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ୍ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଜିଏସ୍‌ଟି, ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଭାରତ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ୪୦,୦୦୦ ବ୍ୟବସାୟୀ ସଂଘ ସହ ଜଡ଼ିତ ୮ କୋଟିରୁ ଅଧିକ ବ୍ୟବସାୟୀ ସମର୍ଥନ ଜଣାଇଛନ୍ତି । […]

Continue Reading

+ ୨ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ବାର୍ଷିକ + ୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଥିଓରୀ ପରୀକ୍ଷା ଆସନ୍ତା ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ୨୯ ରୁ ମେ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଥିଓରୀ ପରୀକ୍ଷା ପାଇଁ ସକାଳ ୯ଟା ୧୫ମି.ରୁ ୧୨ଟା ୧୫ମି. ପର୍ଯ୍ୟନ୍ତ ପ୍ରଥମ ସିଟିଂ ବସିବ। ତେବେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ […]

Continue Reading

୪ ଓଡ଼ିଆ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର: ୨୦୧୯-୨୦୨୦ ବର୍ଷ ପାଇଁ ପେଟ୍ରୋକେମିକାଲ୍ସ ଏବଂ ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ପ୍ରୋସେସିଂ ଶିଳ୍ପରେ ଟେକ୍ନୋଲୋଜି ଇନୋଭେସନ୍ ପାଇଁ ରାଜ୍ୟର ଚାରିଜଣ ବୈଜ୍ଞାନିକ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ପଲିମେରିକ୍ ପ୍ରଡକ୍ଟରେ ଇନୋଭେସନ୍ସ ପାଇଁ ଡ. ସ୍ମିତା ମହାନ୍ତି, ଡ଼ ଅକ୍ଷୟ କୁମାର ପଲାଇ, ସାଗର କୁମାର ନାୟକ ଏବଂ ସ୍ମୃତି ରଂଜନ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଗ୍ରୀନ୍ ପଲିମେରିକ୍ ସାମଗ୍ରୀ ଏବଂ ଉତ୍ପାଦ ବର୍ଗରେ ଇନୋଭେସନ ପୁରସ୍କାର ବାଲେଶ୍ୱର କେମିକାଲ୍ସ ଗ୍ରହଣ କରିଛି। କେନ୍ଦ୍ର ରାସାୟନିକ […]

Continue Reading

ପୁଣି ବଢ଼ିଲା ସଂକ୍ରମଣ: ଦେଶରେ ଦିନକରେ ୧୬ ହଜାର ପଜିଟିଭ୍, ୧୩୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରିଛି କରୋନା । ୧୫ ହଜାର ପାର କରିଛି ଦୈନିକ ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୬ହଜାର ୭୩୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୦ଲକ୍ଷ ୪୬ହଜାର ୯୧୪କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନା ନେଇଛି ଆଉ ୧୩୮ ସଂକ୍ରମିତଙ୍କ ଜୀବନ । ଦେଶରେ […]

Continue Reading

ମାର୍ଚ୍ଚ ୧ରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପଢ଼ାପଠା

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ହୋଇପାରୁନାହିଁ । ଶୀଘ୍ର କ୍ଲାସ୍ ନହେଲେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି […]

Continue Reading