ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ । ଲଗାତାର ୩ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅଭିଯାନ ‘ଅପରେସନ୍ ସଙ୍ଗମ’ । ମାଓବାଦୀଙ୍କ ୭ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାବାହିନୀ ।
ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏ କୌଣସି ମୃତଦେହ ଠାବ ହୋଇନାହିଁ । ମାଓକ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ତ, ବିସ୍ଫୋରକ ଓ ମାଓ ସାମଗ୍ରୀ ।
ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ଏତିକିବେଳେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ । ପ୍ରତି ଜବାବ ଦେଇଥିଲେ ଯବାନ । ପାଲଟା ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଥିଲା ଲାଲବାହିନୀ ।