୪ ଓଡ଼ିଆ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର

ରାଜ୍ୟ

ଭୁବନେଶ୍ୱର: ୨୦୧୯-୨୦୨୦ ବର୍ଷ ପାଇଁ ପେଟ୍ରୋକେମିକାଲ୍ସ ଏବଂ ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ପ୍ରୋସେସିଂ ଶିଳ୍ପରେ ଟେକ୍ନୋଲୋଜି ଇନୋଭେସନ୍ ପାଇଁ ରାଜ୍ୟର ଚାରିଜଣ ବୈଜ୍ଞାନିକ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।

ପଲିମେରିକ୍ ପ୍ରଡକ୍ଟରେ ଇନୋଭେସନ୍ସ ପାଇଁ ଡ. ସ୍ମିତା ମହାନ୍ତି, ଡ଼ ଅକ୍ଷୟ କୁମାର ପଲାଇ, ସାଗର କୁମାର ନାୟକ ଏବଂ ସ୍ମୃତି ରଂଜନ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି।

ସେହିପରି ଗ୍ରୀନ୍ ପଲିମେରିକ୍ ସାମଗ୍ରୀ ଏବଂ ଉତ୍ପାଦ ବର୍ଗରେ ଇନୋଭେସନ ପୁରସ୍କାର ବାଲେଶ୍ୱର କେମିକାଲ୍ସ ଗ୍ରହଣ କରିଛି।

କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *