ଉତ୍ତରାଖଣ୍ଡ ବିପର୍ଯ୍ୟୟ; ତପୋବନ ସୁଡଙ୍ଗରୁ ଆଉ ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାପୋବନ ଟନେଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଠାରେ ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ସନ୍ଧାନରେ କ୍ରମାଗତ ଦଶମ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ଦୁଇଟି ମୃତଦେହ ଉଦ୍ଧାର ହେବା ପରେ ଚାମୋଲିର ହିମସ୍ଖଳନ ବିପର୍ଯ୍ୟୟର ମୋଟ ସଂଖ୍ୟା ୫୮ କୁ ବୃଦ୍ଧି ପାଇଥିବାବେଳେ ୧୪୬ ଜଣ ନିଖୋଜ ଅଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ମଧ୍ୟରାତ୍ରିରେ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା […]

Continue Reading

ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଙ୍ଗଳବାର ଦିନ ସୀମାନ୍ତ ଗ୍ରାମଗୁଡିକର ସମସ୍ତ ଜମି ଦସ୍ତାବିଜ ପ୍ରଦାନ କରିବାକୁ କହିଛନ୍ତି। କାରଣ ବୁଧବାର ଦିନ ଆଡଭୋକେଟ୍ ଅନ୍ ରେକର୍ଡ (ଏଓଆର୍) […]

Continue Reading

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ।

Continue Reading

ଖୋର୍ଦ୍ଧାରେ କଂଗ୍ରେସର ବନ୍ଦ ପାଳନ ପ୍ରଭାବ, ଶୂନଶାନ ସହର

ଖୋର୍ଦ୍ଧା: ରାଜ୍ୟବ୍ୟାପୀ କଂଗ୍ରେ ଦେଇଥିବା ଓଡ଼ିଶା ବନ୍ଦ ପ୍ରଭାବ ଖୋର୍ଦ୍ଧାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ରହିଛି ଦୋକାନବଜାର, ଗାଡ଼ିମୋଟର ଚଳାଚଳ । ରାସ୍ତାଘାଟ ଶୂନଶାନ । ବିଭିନ୍ନ ଅନୁଷ୍ଠାନ ବନ୍ଦ । ମାଇକ୍ ଯୋଗେ ତୈଳ ଦର ବୃଦ୍ଧି ନେଇ ସରକାରଙ୍କ ଜନମାରଣା ନୀତି ବାବଦରେ […]

Continue Reading

ରାଜ୍ୟରେ ଆଜିଠୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ ଦିଆଯିବ । ନିର୍ଦ୍ଧାରିତ ତାରିଖ ଅନୁସାରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଯେଉଁମାନେ କୋଭିସିଲ୍ଡ ନେଇଥିଲେ ସେମାନଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । ତାର ୨୮ ଦିନ […]

Continue Reading

ତୈଳ ଦର ବୃଦ୍ଧି ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କ ବେଶରେ ଶଗଡ଼ ଉପରେ ବସି ସହର ପରିକ୍ରମା

ଉମରକୋଟ: ତୈଳ ଦର ବେଲଗାମ । ପାଖାପାଖି ୯୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭିନବ ଉପାୟରେ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଶଗଡ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶରେ ସହର ପରିକ୍ରମା । ଜଣେ ଯୁବକ ନିଜକୁ ପ୍ରଧାନମନ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ କରି ଶଗଡ଼ ଉପରେ ବସି ତୈଳ ଦର ବୃଦ୍ଧିର ପ୍ରତିବାଦ କରୁଛନ୍ତି । ଏହି ଶୋଭଯାତ୍ରା ସହର […]

Continue Reading

ସାଙ୍ଗକୁ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ନେଲା ଜୀବନ, ୨ ଜଣ ଆହତ

ବାଲେଶ୍ୱର: କଟକରୁ ସାଙ୍ଗ ଗାଁକୁ ଫେରୁଥିଲା । ଆଉ ଦୁଇ ଜଣ ସାଙ୍ଗ ତାକୁ ଆଣିବା ପାଇଁ ବାଇକ ଯୋଗେ ବସ ପାଖକୁ ଯାଇଥିଲେ । ଫେରିବା ବାଟରେ ଛକି ରହିଥିଲା ମୃତ୍ୟୁ । ଏକ କାର ସହ ବାଇକର ଧକ୍କା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ପିତାକାଳିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ […]

Continue Reading

ଉତ୍ତରାଖଣ୍ଡ ଚମୋଲିରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତପୋବନ ଏନଟିପିସି ସୁଡ଼ଙ୍ଗରୁ ଆଉ ୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାହାରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଅଞ୍ଚଳରେ ଏବେ ଯାଏ ୧୫୪ ଜଣଙ୍କ ଖୋଜ ଖବର ମିଳୁନାହିଁ । ସୁଡ଼ଙ୍ଗ ଭିତରେ ବିଗତ ୯ ଦିନ ହେଲା ଉଦ୍ଧାର […]

Continue Reading

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି । ଏଲପିଜି ଦର ବୃଦ୍ଧି ପରେ ସବସିଡି ଯୁକ୍ତ ୧୪.୨ କେଜିର ଗ୍ୟାସ୍ ପାଇଁ ୭୬୯ […]

Continue Reading

କଂଗ୍ରେସର ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ କର୍ମୀଙ୍କ ପିକେଟିଂ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗକୁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି ଦଳ । ସକାଳୁ ସକାଳୁ ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଅଟୋ, ବସ୍ ସେବା ବନ୍ଦରେ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ […]

Continue Reading