ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

Top Storise ରାଜ୍ୟ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ।

ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଙ୍ଗଳବାର ଦିନ ସୀମାନ୍ତ ଗ୍ରାମଗୁଡିକର ସମସ୍ତ ଜମି ଦସ୍ତାବିଜ ପ୍ରଦାନ କରିବାକୁ କହିଛନ୍ତି। କାରଣ ବୁଧବାର ଦିନ ଆଡଭୋକେଟ୍ ଅନ୍ ରେକର୍ଡ (ଏଓଆର୍) ଶିବ ଶଙ୍କର ମିଶ୍ରଙ୍କ ସହ ରାଜ୍ୟ ସରକାର ଏକ ଭର୍ଚୁଆଲ୍ ବୈଠକ କରିବେ।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ ସରକାର କୋଟିଆ ପଞ୍ଚାୟତର ତାଳଗଞ୍ଜେଇପଦର, ଫାଟୁସେନେରୀ ଏବଂ ଫାଗୁନାସେନେରୀ ଭଳି ତିନୋଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏପରିକି ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି ଯେ ଏହି ତିନୋଟି ଗ୍ରାମ ସାଲୁର ବ୍ଲକ ଅଧିନରେ ଆସୁଛି। ହେଲେ ଓଡିଶା ସରକାର ଏହାକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି।

Leave a Reply

Your email address will not be published. Required fields are marked *