ଓମ୍ ନମଃ ଶିବାୟ: ବାଲୁକା କଳାରେ ମହାଦେବଙ୍କ ଆରାଧନା

ପୁରୀ: ବାଲୁକାକଳାରେ ଦେବ ଦେବ ମହାଦେବଙ୍କ ଆରାଧନା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶିବଲିଙ୍ଗ ସହ ବାଲିରେ ନିର୍ମାଣ କରିଛନ୍ତି ହର-ପାର୍ବତୀଙ୍କ ପ୍ରତିମୂର୍ତ୍ତି । ଏହାସହ ଲେଖାଯାଇଛି ଓମ୍ ନମଃ ଶିବାୟ । ବିସ୍ତୀର୍ଣ୍ଣ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକାକଳା ବେଶେ ଆକର୍ଷଣୀୟ ଓ ମନୋମୁଗ୍ଧକର ହୋଇଛି ।

Continue Reading

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି, ଭିଡ଼ ହେଲେ କଟକଣା

ଭୁବନେଶ୍ୱର: ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଦୀପ ଜାଳି ପାରିବେ ଭକ୍ତ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ଅଧିକ ଭିଡ଼ ହେଲେ କଟକଣା ଲାଗିବ । କୋଭିଡ୍ ଗାଇଡଲାଇନ୍ ମାନି ମନ୍ଦିର ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ଯଦି ଅଧିକ ଭିଡ ହେବ ଓ ସାମାଜିକ ଦୂରତା ରକ୍ଷା ନକଲେ ଅନୁମତିକୁ ବାତିଲ କରାଯିବ । ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ବିଏମସି […]

Continue Reading

ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଲେ ୧୦୩ ବର୍ଷୀୟ ବୃଦ୍ଧା

ବେଙ୍ଗାଳୁରୁ: ଟିକା ନେଲେ ବେଙ୍ଗାଳୁରୁର ୧୦୩ ବର୍ଷୀୟ ବୃଦ୍ଧା । ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ନାଁ ଜେ. କାମେଶ୍ୱରୀ । ବେଙ୍ଗାଳୁରୁ ବ୍ୟାନରଘଟ୍ଟା ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଇଛନ୍ତି ଜେ. କାମେଶ୍ୱରୀ । ଟିକା ନେବା ବେଳେ ମନରେ ତାଙ୍କର ଭୟ ନଥିଲା । ଆରାମରେ ନର୍ସଙ୍କ ଆଡ଼କୁ […]

Continue Reading

ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଜାଗର ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଅସହଯୋଗ କଲେ ସେବାୟତ । ଆଜି ରୋଷ, ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତ ବନ୍ଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ଅଭିଯୋଗ ହୋଇଛି, କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ବିବାଦରୁ ଦୀର୍ଘ ବର୍ଷରୁ ପରମ୍ପରା ଭାଙ୍ଗି ଆସୁଛି । ପରମ୍ପରା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । […]

Continue Reading

୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ, ଛୁଆକୁ ଚାପି ଦେଲା ଟ୍ରେନ୍

ମାଲକାନଗିରି: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍ ଧକ୍କାରେ ଏକ ମହାବଳ ବାଘ ଛୁଆର ମୃତ୍ୟୁ ହୋଇଛି । ମୃତ ବାଘ ଛୁଆର ବୟସ ଏକ ବର୍ଷ ହେବ ବୋଲି ଜଣାପଡ଼ିଛି । ଗୋଣ୍ଡିଆ ଜଙ୍ଗଲରେ ପଥଭ୍ରଷ୍ଟ ହୋଇ ଗୋଟିଏ ମାଈ ବାଘ ତିନି ଛୁଆଙ୍କୁ ନେଇ ପିଣ୍ଡେକପର-ଗଙ୍ଗେଲ […]

Continue Reading

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ସ୍ମଗଲର ଗିରଫ

ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଶେଖ ମୁନାଫ ହୁସେନ୍ ଓ […]

Continue Reading

ନିର୍ବାଚନ ପୂର୍ବରୁ ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲେ ପୋଲିସ ଡିଜି ବୀରେନ୍ଦ୍ର । ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପି. ନିରଞ୍ଜନାୟନଙ୍କୁ ବେଙ୍ଗଲ ପୋଲିସ ଡିଜି ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସହ ଜଡ଼ିତ କୌଣସି ପଦରେ ବୀରେନ୍ଦ୍ର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପାଇବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ପୋଲିସ […]

Continue Reading

ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ମୟୂରଭଂଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ବାଦ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ।ଏହି ବନ୍ଦକୁ କଂଗ୍ରେସ, ସିପିଏମ୍ ଏବଂ ସିଟୁ ସମର୍ଥନ କରିଛି ।

Continue Reading

ଓଡିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଓସିଏଫ୍ ପକ୍ଷରୁ ‘ଅନନ୍ତ୍ୟା’ ପୁରସ୍କାର

ଭୁବନେଶ୍ୱର: ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବା ଏବଂ ଓଡିଶାକୁ ଏକ ଗ୍ଲୋବାଲ ଏଣ୍ଟରପାଇଜ୍ ହବ୍‌ ଭାବରେ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଫାଉଣ୍ଡେସନ ଓଡିଶାର ମହିଳା ଉଦ୍ୟୋଗୀଙ୍କୁ ‘ଅନନ୍ତ୍ୟା’ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫ୍ ର ପ୍ରତିଷ୍ଠାତା ସଭାପତି ହୃଷିକେଶ ବେହେରା କହିଛନ୍ତି ଯେ, ‘ଆସନ୍ତା ଏପ୍ରିଲ ୨୪ ତାରିଖରେ ଓସିଏଫ୍ ମହିଳା ଉଦ୍ୟୋଗୀ ପୁରସ୍କାର ଦିଆଯିବ । ଦେଶ ବିଦେଶରେ ନାଁ କରିଥିବା ଉଦ୍ୟୋଗୀ […]

Continue Reading

ହସିବ ପଶ୍ଚିମ ଓଡ଼ିଶାର ଚାଷ ଜମି, ଆଜି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ଚାଷ ପାଇଁ ଆଉ ରହିବନି ଜଳ କଷ୍ଟ । ପଡ଼ିଆ ପଡ଼ିବନି ଏକର ଏକର ଚାଷ ଜମି । ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲା ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ […]

Continue Reading