ଓଡିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଓସିଏଫ୍ ପକ୍ଷରୁ ‘ଅନନ୍ତ୍ୟା’ ପୁରସ୍କାର

Top Storise ରାଜ୍ୟ

ଭୁବନେଶ୍ୱର: ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବା ଏବଂ ଓଡିଶାକୁ ଏକ ଗ୍ଲୋବାଲ ଏଣ୍ଟରପାଇଜ୍ ହବ୍‌ ଭାବରେ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଫାଉଣ୍ଡେସନ ଓଡିଶାର ମହିଳା ଉଦ୍ୟୋଗୀଙ୍କୁ ‘ଅନନ୍ତ୍ୟା’ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫ୍ ର ପ୍ରତିଷ୍ଠାତା ସଭାପତି ହୃଷିକେଶ ବେହେରା କହିଛନ୍ତି ଯେ, ‘ଆସନ୍ତା ଏପ୍ରିଲ ୨୪ ତାରିଖରେ ଓସିଏଫ୍ ମହିଳା ଉଦ୍ୟୋଗୀ ପୁରସ୍କାର ଦିଆଯିବ । ଦେଶ ବିଦେଶରେ ନାଁ କରିଥିବା ଉଦ୍ୟୋଗୀ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ନେଇ ଏକ ଚୟନ ମଣ୍ଡଳୀ ଗଠନ କରାଯାଇଛି ।

ଓସିଏଫ୍ ସମ୍ପାଦକ ଗୁରୁପ୍ରସାଦ ଚୌଧୁରୀ କହିଛନ୍ତି, ‘ ଓସିଏଫ୍ ବିଶ୍ୱର କମ୍ୟୁନିଟି ଆଧାରିତ ଗ୍ଲୋବାଲ ୱେବ ନେଟ୍‌ଓର୍କ ଯାହାକି ୨୦୨୨ରେ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖିଛ । ଶିଳ୍ପଦ୍ୟୋଗୀ, ପ୍ରଫେସନାଲ, ଏହା ଦେଶର ସବୁ ରାଜ୍ୟର ଓ କେନ୍ଦ୍ର ଶାସିତ ଅଂଚଳର ତଥା ଓଡିଶାର ବିଭିନ୍ନ ଜିଲ୍ଲାର ଉଦ୍ୟୋଗୀମାନଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରିପାରିବ ।

‘ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ୨୦୧୯ଫେବ୍ରୁଆରୀ ୨୦ ତାରିଖରେ ପଂଜୀକୃତ ହୋଇଥିବା ଏକ ସଂସ୍ଥା ଯାହାକି ବରିଷ୍ଠ ଶିଳ୍ପଦ୍ୟୋଗୀ ତଥା ବିଭିନ୍ନ ଶିଳ୍ପ ବିଶେଷଜ୍ଞମାନଙ୍କ ସାମୂହିକ ପ୍ରତିବଦ୍ଧତାକୁ ନେଇ ଗଠିତ ହୋଇଛି । ଓସିଏଫ୍ ପକ୍ଷରୁ ଭାରତରେ ରହିଥିବା ଏହାର ୧୩ଟି ଚାପ୍ଟର ସହ ବିଦେଶରେ ଥିବା ଅନ୍ୟ ଏକ ଚାପ୍ଟର ଜରିଆରେ ରାଜ୍ୟରେ ସାମାଜିକ, ଅର୍ଥନୈତିକ ତଥା ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ କ୍ରମାଗତ ଭାବେ କାର୍ଯ୍ୟକ୍ରମମାନ ଆୟୋଜିତ କରିଆସୁଛି ।

Leave a Reply

Your email address will not be published. Required fields are marked *