ଓମ୍ ନମଃ ଶିବାୟ: ବାଲୁକା କଳାରେ ମହାଦେବଙ୍କ ଆରାଧନା

Top Storise ରାଜ୍ୟ

ପୁରୀ: ବାଲୁକାକଳାରେ ଦେବ ଦେବ ମହାଦେବଙ୍କ ଆରାଧନା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶିବଲିଙ୍ଗ ସହ ବାଲିରେ ନିର୍ମାଣ କରିଛନ୍ତି ହର-ପାର୍ବତୀଙ୍କ ପ୍ରତିମୂର୍ତ୍ତି । ଏହାସହ ଲେଖାଯାଇଛି ଓମ୍ ନମଃ ଶିବାୟ । ବିସ୍ତୀର୍ଣ୍ଣ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକାକଳା ବେଶେ ଆକର୍ଷଣୀୟ ଓ ମନୋମୁଗ୍ଧକର ହୋଇଛି ।

Leave a Reply

Your email address will not be published. Required fields are marked *