ଆଜି ରାଜ୍ୟରେ ୭୦ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ମୋଟ୍ ୧୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୨ ଓ ଅନୁଗୋଳରୁ ବାହାରିଛନ୍ତି ଆଉ ୧୧ ଆକ୍ରାନ୍ତ। ବାକି […]

Continue Reading

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ ଅଙ୍କିତା କେରକେଟା ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ । ବାଳକ ବିଭାଗରେ ସବଡେଗା ୨-୦ ଗୋଲରେ ମାଝପଡାକୁ ହରାଇଥିଲା । ଅଙ୍କିତ ମିଞ୍ଜ […]

Continue Reading

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏପରିକି ଡାକ୍ତରଙ୍କ ଆଣ୍ଟିବଡ଼ି ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ରହିଛି । ଅବସରପ୍ରାପ୍ତ ଡାକ୍ତର ଏସ୍.ସୁଲେମାନଙ୍କ ପୂର୍ବରୁ ରାଉରକେଲା IGHରେ ରିପୋର୍ଟ ପଜିଟିଭ୍ […]

Continue Reading

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ (ଦୁରାରୋଗ୍ୟରେ) ପିଡିତ ଲୋକଙ୍କୁ ଏହି ଟିକା ଦିଆଯାଉଛି।

Continue Reading

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେସ୍ତୋରାଁ‌ ଖୋଲିଛନ୍ତି। ଏହି ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। […]

Continue Reading

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି ଭଙ୍ଗାରୁଜା ସହ ଦୁଇ ଅଭିଯୁକ୍ତଙ୍କୁ ମାଡ଼ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଆରପି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଭାଇ ଜଣେ ଯୁବକଙ୍କୁ ଦିନ […]

Continue Reading

ପୋଲିସ ଗାଡ଼ି ଜାଳି ଦେବା ଘଟଣାରେ ୧୩ ଜଣ ଅଟକ

ଯାଜପୁର: ମହଙ୍ଗା ପଡ଼ିଲା ପୋଲିସ ଗାଡ଼ିକୁ ଜାଳି ଦେବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ଦୁଇଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଗାଁର କିଛି ଲୋକ । ଅଷ୍ଟପ୍ରହରି ପିଣ୍ଡି ବିବାଦରୁ ପଣସୁଧା ଗାଁରେ ଲଙ୍କାକାଣ୍ଡ ହୋଇଥିଲା । ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଖବର ପାଇଁ ପହଞ୍ଚିଥିଲା […]

Continue Reading

କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ବିରାଟ ରାଲି, ସାମିଲ ହେବେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଛି ନିର୍ବାଚନ ଉଷ୍ଣତା । ଟିଏମସି-ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଆଜି ବିଜେପିର ପ୍ରଚାର ଅଭିଯାନରେ ଶକ୍ତି ଯୋଗାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ବିରାଟ ରାଲି କରିବେ । ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ପରିବର୍ତ୍ତନ ଯାତ୍ରାର ଉଦଯାପନୀ ଅବସରରେ ଏହି ରାଲି ଆୟୋଜିତ ହେଉଛି । କୁହାଯାଉଛି ମୋଦିଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ଅଦ୍ଭୁଦପୂର୍ବ ଜଗସମାଗନ ହେବ । ସେହିପରି ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା […]

Continue Reading

ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ

ଭୁବନେଶ୍ୱର : ଯୁବପିଢ଼ିଙ୍କ ହୃଦୟକୁ ଛୁଇଁଲା ଭଳି ଆଉ ଏକ ମ୍ୟୁଜିକ୍ ଭିଡିଓ ଆଜି ବଜାର ପ୍ରବେଶ କରିଛି । ସାମ୍ପ୍ରତିକ ସମାଜର ଦୃଶ୍ୟପଟ୍ଟକୁ ବେଶ୍ ମୁଗ୍ଧକର ଭାବେ ପରିବେଷଣ କରାଯିବା ସହ ଶ୍ରୁତି ମଧୁର ଗୀତ ଥିବା ଏହି ମ୍ୟୁଜିକ୍ ଭିଡିଓ ହେଉଛି \”ରସିଆ ଟୋକା\’ । ଆଜି ରାଜଧାନୀ ସ୍ଥିତ ଏକ ହୋଟେଲ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଶୁଭଉନ୍ମୋଚନ ହୋଇଯାଇଛି । ଆଞ୍ଚଳିକ ଓ ପାଶ୍ଚାତ୍ୟ ସଙ୍ଗୀତର ମିଶ୍ର ସ୍ୱାଦ ଥିବା ଏହି ମ୍ୟୁଜିକ୍ […]

Continue Reading

ପୂଜା ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗିଲାଯୋଡ଼ି ଗାଁରେ ମାଆ ଭଗବତୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ଭୋଗ ଖାଇଥିଲେ । […]

Continue Reading