କରୋନା ମୁକାବିଲା; ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ରହିଛି ଅଧିକ ଆଣ୍ଟିବଡି

ମୁମ୍ବାଇ: ମହାରାଷ୍ଟ୍ରରେ ମୁମ୍ବାଇର ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ କରୋନାଭାଇରସ୍ ସହିତ ଲଢିବା ପାଇଁ ପୁୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଆଣ୍ଟିବଡି ରହିଥାଏ। ଏହା ମଧ୍ୟ ଦର୍ଶାଇଛି ଯେ ସହରାଞ୍ଚଳରେ ସେରୋ ପଜିଟିଭିଟି ବଢୁଥିବାବେଳେ ବସ୍ତି ଅଞ୍ଚଳରେ ଏହା ହ୍ରାସ ପାଉଛି। ସିରୋ ପଜିଟିଭିଟିରେ ଏକ ରକ୍ତ ପରୀକ୍ଷା କରାଯାଏ, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପାଇଁ ଏକ ସକାରାତ୍ମକ ଫଳାଫଳ ଦେଖାଏ। ବିଏମ୍‌ସି ସର୍ଭେ ଅନୁଯାୟୀ ମହିଳାଙ୍କ ମଧ୍ୟରେ […]

Continue Reading

ତାଳଚେର ହିଙ୍ଗୁଳା ମନ୍ଦିର ବିକାଶ ପାଇଁ MCL ସିଏସ୍ଆର୍‌ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର

ଅନୁଗୋଳ: ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର । ଏମ୍‌ସିଏଲ୍‌ର ସିଏସ୍ଆର୍ ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମନ୍ଦିର ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତ ଜାନୁଆରୀ ୧୩ ତାରିଖରେ ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ କେନ୍ଦ୍ର କୋଇଲା […]

Continue Reading

ଦିଲ୍ଲୀରେ ବଢିପାରେ ଲକ୍‌ଡାଉନ୍‌ ଅବଧି

ନୂଆଦିଲ୍ଲୀ: ବଢୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି ପାରନ୍ତି ସୂଚନା ମିଳିିଛି। ଆଜି ଏ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତରୁ ଅଧିକ, ଅମ୍ଳଜାନର ସଙ୍କଟ ଦେଖାଦେଇଛି, ଶଯ୍ୟା ମଧ୍ୟ ଅଭାବ ରହିଛି ଯେଉଁଥିପାଇଁ ସରକାର ବର୍ତ୍ତମାନ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବିଚାର କରୁଛନ୍ତି। ଏପ୍ରିଲ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ୫ଟା ପର୍ଯ୍ୟନ୍ତ […]

Continue Reading

ଅକ୍ସିଜେନ୍ ଦେଉଛି ଓଡ଼ିଶା: ୪୯ଟି ଟ୍ୟାଙ୍କରରେ ବିଭିନ୍ନ ରାଜ୍ୟକୁ ଦେଲାଣି ୮୬୯ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: କରୋନା କାଳରେ ସାରା ଦେଶରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଏଭଳି ଦୁସ୍ଥିତିରେ ସମୟରେ ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଗତ ତିନି ଦିନ ଭିତରେ (ଆଜି ସୁଦ୍ଧା) ଓଡ଼ିଶା ମୋଟ୍ ୪୯ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇଛି ୮୬୯ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଅନୁଗୋଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏହି ଅକ୍ସିଜେନ ଯୋଗାଣ କରାଯାଉଛି । ଆଜି ଆଉ କିଛି […]

Continue Reading

କୋଦଳାରେ ଯୁବ ବ୍ୟବସାୟୀଙ୍କ କରୋନାରେ ମୂର୍ତ୍ୟୁ

ବେଗୁନିଆପଡା : ଶନିବାର କୋଦଳା ଅଂଚଳରୁ ଏକ ଦୁଃଖଦ ଖବର ପହଁଚିଛି । ସମସ୍ତଙ୍କ ପ୍ରିୟ, ମେଳାପି, ଉତ୍ତମ ବ୍ୟବହାରରେ ସମସ୍ତଙ୍କ ମନ ଜିଣିଥିବା ଯୁବ ବ୍ୟବସାୟୀ କୈଳାଶ ଚନ୍ଦ୍ର ପୃଷ୍ଟି (୩୫)ଙ୍କ କରୋନା ରେ ମୃତ୍ୟୁ ଘଟିଛି। ଗତ ଏକ ସପ୍ତାହ ହେବ ବେଗୁନିଆପଡା ମେଡିକାଲରେ କୋଭିଡ ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ମିଳିବାରୁ ସଙ୍ଗେ ସଙ୍ଗେ ସେ ନିଜର ପରିବାର ସହିତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ […]

Continue Reading

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ ହୋଇପଡିଥିଲେ । ଟ୍ରେନରେ ମାଓବାଦୀମାନ ପୋଷ୍ଟର ଲଗାଇବା ସହ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ କରିବାକୁ ଯାତ୍ରୀମାନଙ୍କୁ ମାଓ ପୋଷ୍ଟର ମଧ୍ୟ ବାଣ୍ଟିଥିଲେ । ଦୁଇ ଘଣ୍ଟାରୁ ଅଧିକ […]

Continue Reading

ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ।  ଗତକାଲି ୭୬୯ଟି କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଟିକାକରଣ ହେଲାଣି । ସଟଡାଉନ ଯୋଗୁଁ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟିକାକରଣ । ଅନ୍ୟ ପାଞ୍ଚ ଦିନ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ […]

Continue Reading

ଉତ୍ତରାଖଣ୍ଡ ଗ୍ଲାସିୟର ବିସ୍ଫୋରଣ; ଏପର୍ଯ୍ୟନ୍ତ ୪୩୦ ଜଣ ଉଦ୍ଧାର; ୮ ମୃତ

ଉତ୍ତରାଖଣ୍ଡ: ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ହିମସ୍ଖଳନ ପରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁମନା-ରିମ୍‌ଖିମ ରାସ୍ତାରେ ଥିବା ଏକ ଗ୍ଲାସିଅରର ଏକ ଅଂଶ ଭୁଶୁଡ଼ିବା ପରେ ଏହି ସ୍ଖଳନ ହୋଇଥିଲା। ଏହି ସମୟରେ ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତୁରନ୍ତ ଭାରତୀୟ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ୪୩୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏହି […]

Continue Reading

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନ୍. ଭି. ରମନା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ହାତଗଣତି ବିଚାରପତି ଓ ଅତିଥି ଉପସ୍ଥିତ ଥିଲେ । ପ୍ରଧାନ ବିଚାରପତି ପଦବୀରେ ବର୍ଷେ ଚାରି ମାସ ରହିବେ ଜଷ୍ଟିସ […]

Continue Reading

ଅମ୍ଳଜାନ ଅଭାବ ହେତୁ ୨୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଅମ୍ଳଜାନ ଅଭାବ ହେତୁ ଦିଲ୍ଲୀସ୍ଥିତ ଜୟପୁର ଗୋଲଡେନ ହସ୍ପିଟାଲରେ ୨୦ ଗୁରୁତର କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଏମଡି ଡି କେ ବାଲୁଜା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଅମ୍ଳଜାନ ଯୋଗାଣ ପାଇଁ ଡାକ୍ତରଖାନା ଦିଲ୍ଲୀ ସରକାରଙ୍କୁ ଏକ SOS ପଠାଇଥିଲା। ଡାକ୍ତରଖାନା କହିଛି ଯେ ଏଥିରେ ମାତ୍ର ୪୫ ମିନିଟ୍ ଅମ୍ଳଜାନ ବାକି ଅଛି।

Continue Reading