ଆଉ ଜେଲ୍‌ରୁ ଚାଲିପାରିବନି ସରକାର, ଜେଲ୍ ଗଲେ ଯିବ ପଦ

ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ନିଆଯିବ କଡ଼ା ଆକ୍ସନ । କୌଣସି ସଂଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଧରି କଷ୍ଟଡି ବା ହାଜତରେ ରହିଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଅନ୍ୟଥା ୩୧ତମ ଦିନରେ ଆପେ ଆପେ ପଦ ହରାଇବାକୁ ପଡ଼ିବ। ଦେଶର […]

Continue Reading

ଜମ୍ମୁ କାଶ୍ମୀର କଠୁଆରେ ବାଦଲଫଟା ବର୍ଷା: ୭ଜଣକ ମୃତ୍ୟୁ ଅନେକ ଆହତ

ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଜୋଧଘାଟି ଗ୍ରାମରେ ଗତରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ମଧ୍ୟ ଗତ ଗୁରୁବାର ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ  ଆସିଥିବା ବିପର୍ଯ୍ୟୟର ମୁକାବିଲା ପାଇଁ […]

Continue Reading

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ  NDA ଉପରାଷ୍ଟ୍ରପତି ପ୍ରାର୍ଥୀ

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ ।ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ […]

Continue Reading

ଭାରତରେ ସୁନା ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ… ତା ପରେ ଘରକୁ ଯିବେ..ଚାହିଁରହିଛନ୍ତି ବାପା ମାଆ

ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା। ଆକ୍ସିୟମ୍-4 ମିଶନ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ବାଗତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଭାରତର ମହାକାଶ ଗୌରବ ଭାରତ ମାଟିକୁ ସ୍ପର୍ଶ କରିଛନ୍ତି। ଦିଲ୍ଲୀରେ ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ […]

Continue Reading

ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ: ୨ମୃତ, ଜଳବନ୍ଦୀରେ ଅନେକ ଲୋକ

ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ଦୁଇ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ନେଇ ମୁମ୍ବାଇ ଏବଂ ରାୟଗଡ଼ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି  ପାଣିପାଗ ବିଭାଗ। ପ୍ରବଳ ବର୍ଷାରେ ସିଓନ୍, କୁର୍ଲା, ଚେମ୍ବୁର ଏବଂ ଅନ୍ଧେରୀ ସମେତ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ପାଣି ଜମି ରହିବାରୁ ପଶ୍ଚିମ ଏକ୍ସପ୍ରେସ ହାଇୱେରେ ଯାନବାହାନ […]

Continue Reading

ଦେଶର ଯୁବକଙ୍କୁ ମୋଦି ଦେଲେ ବଡ଼ ଉପହାର, ଏକ ଲକ୍ଷ କୋଟି ଟଙ୍କାର ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ।  ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା […]

Continue Reading

ଭାରତକୁ ସୁରକ୍ଷା ଦେବ ସୁଦର୍ଶନ ଚକ୍ର, ଶତ୍ରୁ ଦେଶଙ୍କୁ ଦେଖାଇବ ସେମାନଙ୍କ ଅକାତ୍

ଥରହର ହେବ ପାକିସ୍ତାନ। ଭାରତ ଦେବ ଶତ୍ରୁକୁ ମୁହଁ ତୋଡ ଜବାବ। ଯିଏ ବି ଭାରତ ଉପରେ ଆଟାକ୍ କରିବ ସେ ଧୂଳିସାତ ହେବ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ‘ସୁଦର୍ଶନ ଚକ୍ର’ ମିଶନର ବଡ଼ ଘୋଷଣା । ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ‘ସୁଦର୍ଶନ ଚକ୍ର’ ମିଶନ ଆରମ୍ଭ କରିବ। ‘ସୁଦର୍ଶନ ଚକ୍ର’ ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର ବ୍ୟବସ୍ଥା, ଯାହା ଦେଶର ରକ୍ଷା କବଚ ଭାବେ କାମ କରିବ ।ଏହା କେବଳ ଗୁରୁତ୍ୱପୂର୍ଣ୍ଣ […]

Continue Reading

ଦେଶ ସ୍ବାଧୀନ ହେବାର ପୂର୍ବ ରାତି, ଜାତିର ପିତା ଥିଲେ କଲିକତାରେ

ଭାରତର ସ୍ୱାଧୀନତା ଦିବସ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ, ଏକ ଏପରି ମୁହୂର୍ତ୍ତ ଯାହା ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କିନ୍ତୁ ଏହି ଐତିହାସିକ ଦିନର ପୂର୍ବ ରାତି, ଅର୍ଥାତ୍‌ ୧୯୪୭ ମସିହା ଅଗଷ୍ଟ ୧୪ ରାତି, ମଧ୍ୟ ଅନୁପମ ଓ ଘଟଣାବହୁଳ ଥିଲା। ଏହି ରାତି ଥିଲା ଉତ୍ତେଜନା, ଆଶା, ଭୟ ଓ ପରିବର୍ତ୍ତନର ଏକ ସଙ୍ଗମ। ଏହା ଥିଲା ଏକ ନୂତନ ଯୁଗର ପ୍ରତୀକ୍ଷାର ରାତି, ଯେଉଁଠି ଶତାବ୍ଦୀର ପରାଧୀନତାର ଶୃଙ୍ଖଳ ଭାଙ୍ଗିବାକୁ […]

Continue Reading

ନବମ ଦିନରେ ଅପରେସନ ଅଖଲ: ଦୁଇ ଯବାନ ସହିଦ

ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ। ଦୁଇ ଯବାନ ସହିଦ, ୧୦ ଗୁରୁତର । ଅପରେସନ୍ ଅଖଲ ନବମ ଦିନରେ ପହଞ୍ଚିଛି। ଗତକାଲି ରାତିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘନ ଜଙ୍ଗଲ ଭିତରେ ଏକାଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଥିବା ସୂଚନା ମିଳିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ […]

Continue Reading

ପାକିସ୍ତାନର ୫ ଯୁଦ୍ଧ ବିମାନ ଖସାଇଥିଲା ଭାରତ, ଅପରେସନ ସିନ୍ଦୂରରେ ଭାରତ ଦେଇଥିଲା ମୁହଁତୋଡ ଜବାବ

ମାଟି କାମୁଡ଼ିଥିଲା ପାକିସ୍ତାନ। ଅପରେସନ୍ ସିନ୍ଦୁର ବେଳେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିଲା ଭାରତୀୟ ସେନା। ଏହାସହ ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦେଇଥିଲା ଭାରତୀୟ ବାୟୁ ସେନା। ଏହା କହିଛନ୍ତି ଭାରତୀୟ ବାସୁସେନା ମୁଖ୍ୟ ତଥା ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ । ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ […]

Continue Reading