ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ଆଜି DFOଙ୍କୁ ହେବ ପଚରାଉଚରା !

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରୁଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍। ମିଳିଥିବା ସୂଚନା ଅନୁସାରେ ଆଜି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଚରାଉଚରା କରିପାରେ […]

Continue Reading

ବୁର୍ଲା ଭିମସାରରେ ସୁରକ୍ଷାକର୍ମୀଙ୍କ ଦାଦାଗିରି, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଉତ୍ତେଜନା । ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭିମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଛନ୍ତି । ଭିମସାରର ସୁରକ୍ଷାକର୍ମୀମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଭିମସାରରେ ଦୀର୍ଘ ବର୍ଷ ହେଲା ଏହି ଆମ୍ବୁଲାନ୍ସ ସଂଘ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛି । ହେଲେ ଏଠାକାର ସୁରକ୍ଷାକର୍ମୀ ଓ ସୁପରଭାଇଜରମାନେ ଏହି […]

Continue Reading

କନ୍ଧମାଳ ଗୋଛାପଡ଼ାରେ ମାଓ-ଯବାନ ଗୁଳି ବିନିମୟ ଘଟଣା, ଜବତ ହୋଇଛି ମାରଣାସ୍ତ୍ର

କନ୍ଧମାଳ : କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ା ଥାନା ଉମା ଜଙ୍ଗଲରେ ହୋଇଥିବା ମାଓ-ଯବାନ ଗୁଳି ବିନିମୟ ପରେ ଜବତ ହୋଇଛି ମାରଣାସ୍ତ୍ର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ । ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ, ଛତା, ଜୋତା, ବ୍ୟାଟେରୀ ତାର, ଔଷଧ, ରେଡିଓ ଆଦି […]

Continue Reading

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣର ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ […]

Continue Reading

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ତେବେ ପ୍ରିୟଙ୍କା ବିବାହ କରିବା ପରେ ସମ୍ପର୍କ ତୁଟି ଯାଇଥିଲା । ଜଗନ୍ନାଥଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ରାଣ ଖାଇଥିଲା କେବେ ପ୍ରିୟଙ୍କାଙ୍କୁ ଫୋନ୍ କରିବେନି […]

Continue Reading

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ । ଅଭିଯୋଗ ଅନୁସାରେ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଏହି ଡିଲ୍ ହୋଇଥିଲା । ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଦାବି […]

Continue Reading

ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ

ଜଗତସିଂହପୁର : ମହଙ୍ଗା ପଡ଼ିଲା ପୋଲିସକୁ ଆକ୍ରମଣ । ଶେଷରେ ଲୁଚକାଳି ଭିତରେ ଗିରଫ ହେଲା ଅଭିଯୁକ୍ତ । ଜଗତସିଂହପୁର ତିର୍ତ୍ତୋଲ ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛି ରାହାମା ତେରମାଣପୁର ତୋଟାସାହିର ନନ୍ଦ କିଶୋର ବରାଳ । ଭଉଣୀ ଘରେ ଲୁଚି ଥିବା ବେଳେ ଅଭିଯୁକ୍ତକୁ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି ପୋଲିସ । ଗତକାଲି ପୋଲିସ ଏକ ଚୋରି ମାମଲାର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ […]

Continue Reading

ନକଲି ବିଦେଶୀ ମଦ କାରଖାନା ସିଲ୍, ବିପୁଳ ମଦ ଜବତ

ବାରିପଦା: ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ଥାନୀୟ ଉଠାଣିନୂଆଗାଁର ବିକର୍ତ୍ତନ ନାୟକଙ୍କ ଘରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ଉ କରିଥିଲା। ଅବକାରୀ ଟିମ୍ ୧୨୦ ବୋତଲ ନକଲି ବିଦେଶୀ ମଦ ସହ ପ୍ୟାକିଂ ଅପେକ୍ଷାରେଥିବା ୧୫ ଲିଟରରୁ ଅଧିକ ମଦ, ତରଳ ରଙ୍ଗ ଓ ବିପୁଳ ବୋତଲ ଓ ଠିପି ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ […]

Continue Reading

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ବେଳେ ଏହି ହାଇପ୍ରୋଫାଇଲ ଲୁଟେରାଙ୍କ ଟେର୍ ପାଇଥିଲା ପୋଲିସ । ଏମମାନଙ୍କଠାରୁ ୧୧୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ […]

Continue Reading

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଟି ଜିଏସଟି କମିଶନର ସୁଶୀଲ ଲୋହାନି । ଭୁବନେଶ୍ବରରେ ଏସ.ଆର ଏଣ୍ଟରପ୍ରାଇଜର୍ସ କମ୍ପାନୀ ନାମରେ […]

Continue Reading