ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ବରାହ ଶୀକାର କରି ଫେରୁଥିଲେ । ଫରେଷ୍ଟରଙ୍କୁ ଦେଖି ହଠାତ୍ ଗୁଳି ମାଡ଼ କରିଥିଲେ । ଗୁଳି ମାରି ଫେରାର ହୋଇଯାଇଥିଲେ । […]

Continue Reading

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି କାରଣକୁ କେନ୍ଦ୍ର କରି ହରେକୃଷ୍ଣ ଓ ବୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପିଟାପିଟି ହୋଇଥିଲେ । ଏନେଇ ସିଂହଦ୍ୱାରା ଥାନାରେ ଏତଲା ପରେ ତଦନ୍ତ କରୁଛି […]

Continue Reading

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ ବେଆଇନ ଭାବେ ବିକ୍ରିୟ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାଣି ଚକିତ ହେବେ ଏହି ଗ୍ୟାଙ୍ଗ ଗୋଟିଏ ଇଂଜେକ୍ସନ ପାଇଁ ଲୋକଙ୍କଠାରୁ ଦାବି […]

Continue Reading

ଜମି ବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ଆକ୍ରମଣ କଲେ ଦୁଇ ଭାଇ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଦୀବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା କଟାପାଲି ଗାଁରେ ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଦୁଇ ଭାଇ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା ବେଳେ ମାଧବ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଘଟଣାରେ ନୀତ୍ୟା ମଧ୍ୟ ଆହତ ହୋଇଥିବା ଜଣା ପଡିଛି। ତେବେ […]

Continue Reading

IFS ଅଭୟ ପାଠକ ଚାକିରିରୁ ବିଦା: ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେବେ । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର […]

Continue Reading

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ କନଷ୍ଟେବଳ ଓ ହୋମଗାର୍ଡ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି […]

Continue Reading

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ପୀଡିତାଙ୍କ ପରିବାର ତାଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯାହା ପରେ ତାଙ୍କୁ ସୋରୋ ସ୍ଥିତ […]

Continue Reading

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ରାଇକିଆ ତହସିଲଦାର ଶ୍ରୀ ପାଢ଼ୀଙ୍କ ଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ବାସଭବନ ସହ […]

Continue Reading

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର ସ୍ରୋତ କଣ ? ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରିବ ଆୟକର ବିଭାଗ । ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା […]

Continue Reading

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବହୁ ପୂର୍ବରୁ ବାଦବିବାଦ ଲାଗିରହିଥିଲା । ଏପରିକି ପ୍ରଫୁଲ୍ଲ ଅନେକ ସମୟରେ ପ୍ରତାପଙ୍କୁ ଧମକଚମକ ମଧ୍ୟ […]

Continue Reading