ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା କଡାକଡି କରିବାକୁ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ଵର : ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ସମୟରେ କୋଭିଡ କଟକଣା ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାରେ କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଭିଡ ନିୟମ ଉଲ୍ଲଙ୍ଘନର ଆଭାସ ଏବେଠୁ ଦେଖାଦେଲାଣି । ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲେ ବେଳେ […]

Continue Reading

ରାଜ୍ୟରେ ଆଜି ୧୪୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଓମିକ୍ରନର ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । କରୋନା ପରେ ଏବେ ଓମିକ୍ରନ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜି ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ଆଇଏଲ୍ଏସ୍ ପକ୍ଷରୁ କୁହାଯାଇଛି ଯେ ଗତ ୯ […]

Continue Reading

ଯାଜପୁରରେ ପଞ୍ଚାୟତ ନିର୍ବାଚନ ତାତି, କିଏ କରିବ ବାଜିମାତ?

ଯାଜପୁର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଗାଁଗାଁରେ ଛକ ବଜାରରେ ପୋଷ୍ଟର ବ୍ୟାନର ଲାଗି ସାରିଛି । ସିଟ୍ ହାତେଇବା ପାଇଁ ନେତାଙ୍କ ପ୍ରତିଶ୍ରୁତି ସାଙ୍ଗକୁ ଦେଖିବାକୁ ମିଳିଛି ସଭାକାର୍ଯ୍ୟ ଓ ବାଇକ୍ ର୍ୟାଲି । ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଜିଲ୍ଲାରେ ୭ଟି ବିଧାନସଭା ଆସନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ତେବେ ହଟ୍ସ୍ପଟ୍ରେ ରହିଛି ବରୀ ନିର୍ବାଚନ ମଣ୍ଡଳୀ […]

Continue Reading

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ । ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ବାରିକ ଛକଠାରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ […]

Continue Reading

ମାତିଲେ ସାଇବର୍ ଠକ, ୧୦ ଦେଇ ଲୁଟିନେଲେ ୧୩ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ୧୦ ଦେଇ ଲୁଟିନେଲେ ୧୩ ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି ୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି ୧୩ ଲକ୍ଷ ଟଙ୍କା । ଠକେଇର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି […]

Continue Reading

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିବା ସହ ଉଭୟଙ୍କର ବିଭିନ୍ନ ସ୍ଥାନରେ ଥିବା […]

Continue Reading

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ଅଭିଯୋଗରେ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା […]

Continue Reading

କମିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୁକ୍ରବାର ଓ ଶନିବାର ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ବୁଧବାର ଓ ଗୁରୁବାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ, […]

Continue Reading

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା କଟକଣା: ସାମିଲ୍ ହେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପାଳନ ଉପରେ ସରକାରଙ୍କ କଟକଣା । ସକାଳ ସାଢ଼େ ୮ଟା ପରେ ହେବ ପତାକା ଉତ୍ତୋଳନ । ତେବେ ଏଥର କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ, ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡେଟ୍ସ ଅଂଶଗ୍ରହଣ କରିବେ ନାହିଁ । ଅଳ୍ପସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ୍ ପାଇଁ ମିଳିବ ଅନୁମତି । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ । ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ […]

Continue Reading

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇ ଆସୁଛି । ଆଗାମୀ […]

Continue Reading