ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, କୋରାପୁଟରେ (୫୦ମିଟର), ସୁନ୍ଦରଗଡରେ (୫୦ମିଟର), ବଲାଙ୍ଗିରରେ (୭୫ମିଟର), କେନ୍ଦୁଝରରେ (୧୫୦ମିଟର)ରେ ଘନ କୁହୁଡ଼ି ଥିବା ଦେଖାଦେଇଛି । ଫୁଲବାଣୀ ଓ ଭବାନୀପାଟଣାରେ ମଧ୍ୟମ ଧରଣର (୨୦୦ମିଟର) […]

Continue Reading

ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?

ଭୁବନେଶ୍ୱର: କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୩ ତାରିଖରୁ ଖୋଲିବ । ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]

Continue Reading

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି । ଅନ୍ୟପଟେ ମାଞ୍ଜା ସୂତାରେ ଜୟନ୍ତଙ୍କ ମୃତ୍ୟୁ […]

Continue Reading

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି

ଭୁବନେଶ୍ୱର : ୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି । ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ତପସ୍ୱିନୀ ଦାସଙ୍କ ଓକିଲ । ଉଭୟ ପକ୍ଷଙ୍କ ଜବାବ ସୁଆଲ ପରେ […]

Continue Reading

ଆଜିଠାରୁ ତିନି ଦିନ ବର୍ଷିବ

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ବର୍ଷା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି । ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ […]

Continue Reading

ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବିପତ୍ର ପ୍ରଦାନ

ଯାଜପୁର: ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରହ୍ଲାଦପୁର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରାଯାଇଛି । ଏନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ମଦ ଦୋକାନ ଖୋଲାଗଲେ ଏହାର କୁପ୍ରଭାବ […]

Continue Reading

କୁହୁଡ଼ି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ରାଜ୍ୟରେ ଏକ ସପ୍ତାହ ଧରି ଶୀତର ପ୍ରବାହ ଜାରି ରହିଥିଲା । ଶନିବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରିଥିବାବେଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୦ରୁ ଅଧିକ ଜିଲ୍ଲାକୁ କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । […]

Continue Reading

ଓମିକ୍ରନ ଭୟ, ନୂଆବର୍ଷରେ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ଆସନ୍ତା ୩୧ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆବର୍ଷରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ତିନି ଦିନ ମନ୍ଦିରକୁ କେହି ନଆସିବା ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି । ମଝିଘରିଆଣୀ ମନ୍ଦିରକୁ ଜିଲ୍ଲା ସମେତ ପଡ଼ୋଶୀ ଗଜପତି, କୋରାପୁଟ, କନ୍ଧମାଳ […]

Continue Reading

୯ରୁ ୧୨ ମାସ ରହିପାରେ ଦ୍ବିତୀୟ ଡୋଜ୍ ଓ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ଡୋଜ୍ କରୋନା ଟିକା ଏବଂ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ ନଅରୁ ୧୨ ମାସ ହେବାର ସମ୍ଭାବନା ରହିଛି। ଭାରତର ଇନୋକ୍ୟୁଲେସନ ପ୍ରୋଗ୍ରାମ କୋଭିଶିଲ୍ଡ ଏବଂ କୋଭାକ୍ସିନରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକାଗୁଡ଼ିକରେ ଥିବା ବ୍ୟବଧାନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୀଘ୍ର ନିଆଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶକୁ ସମ୍ବୋଧନ କରିବା ବେଳେ ଅଭିଭାଷଣରେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ […]

Continue Reading

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି । ବିଜେଡି କାର୍ଯ୍ୟକାରୀଣିରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ […]

Continue Reading