ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ଏବେ ସାରଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କ ଛାତିର ଏକ୍ସରେ ମଧ୍ୟ କରାଯାଇଛି । ରିପୋର୍ଟ […]

Continue Reading

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ ମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରି ଯୁବ ମୋର୍ଚ୍ଚା ସଦସ୍ୟ ମାନେ ଅଣ୍ଡା ମାଡ଼ କରିବାସହିତ କଳା ପତାକା ପ୍ରଦର୍ଶନ […]

Continue Reading

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି । ରାଜ୍ୟବାସୀଙ୍କ ୫ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ […]

Continue Reading

ଯାଜପୁରରେ ୬୫ଟି ରୂୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ଦ୍ୱାରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାର ୬୫ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଯାଜପୁରର ବିରଜା ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାକୁ ପ୍ରୟାସ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତିମାନ କରାଯାଉଛି । ଆସନ୍ତକାଲି ଅପରାହ୍ନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ଜିଲ୍ଲା […]

Continue Reading

ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଜନ୍ମ କଲା ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଇ ଚାଲିଗଲା ମା’ । କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ଅନେକ ସ୍ଥାନରେ ଶିଶୁକନ୍ୟାଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପୁଣି ଏହିପରି ଘଟଣା ସାମ୍ନାକୁ ଆସିଛି ପିପିଲିରୁ । ସାତଶଂଖ-ବଳଙ୍ଗାର ମୁଖ୍ୟ ରାସ୍ତାରୁ କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଚୋରପଡ଼ା ଛକ ରାସ୍ତା […]

Continue Reading

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ୧୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୩ଜଣ କମ୍ ବୟସର ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ […]

Continue Reading

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ବାରିପଦା : କୋଟିପତି ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଗତକାଲି ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି ।ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲ ।ଦୁଇ ଦିନ ଧରି ୧୧ ଟି ସ୍ଥାନରେ ଚାଲିଥିଲା ରେଡ୍ । ଘରୁ ଏତେ […]

Continue Reading

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ନବବଧୂ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନବବଧୂଙ୍କ ଧାରଣା କୋର୍ଟରେ । ଏସିଡିଜେଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ । ଆଜି ତାଙ୍କ ମାମଲାର କୋର୍ଟରେ ଶୁଣାଣିି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ଆଜି କୁ ୬ ଦିନ ହେଲା ତପସ୍ୱିନୀ ନିଜ ଶ୍ୱଶ୍ୱର ଘର ଆଗରେ ଧାରଣାରେ ବସିଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ । ସେ ଧାରଣାରେ ବସିଥିବା ବେଳେ ତାଙ୍କ […]

Continue Reading

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯିବ । ସେମାନଙ୍କର ନମୁନା ଭୁବନେଶ୍ୱର ପଠାଯାଇଛି । ବୁର୍ଲା ଭୀମସାରରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ଟିକା […]

Continue Reading

ଦୁଇଟି କଣ୍ଟେନର ଗାଡ଼ିକୁ ଜିଏସଟି ଠକେଇ ସନ୍ଦେହରେ ଅଟକ, ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଦୁଇଟିି କଣ୍ଟେନର ଗାଡ଼ିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ସନ୍ଦେହରେ HR38X8663 ଓ HR38X6525 ନମ୍ବର ଥିବା ଦୁଇଟି ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ିରେ ଥିବା ସାମଗ୍ରୀ ଓ ସଠିକ୍ କାଗଜପତ୍ର ଯାଞ୍ଚ କରାଯାଉଛି । ଗାଡ଼ି ଦୁଇଟି ଦିଲ୍ଲୀରୁ ପାଟଣାଗଡ଼କୁ ଆସୁଥିବାବେଳେ ପଦ୍ମପୁରଠାରେ ଗାଡ଼ିକୁ ସନ୍ଦେହ କରି ଅଟକାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗାଡ଼ିରୁ ୧୧୨ଖଣ୍ଡ ଅଧିକ କୂଲର ପାର୍ଟ […]

Continue Reading