କାଞ୍ଜିପାଣି ଘଟିରେ ଓଲଟିଲା ଅଟୋ, ୫ ବର୍ଷର ଶିଶୁ ସମେତ ୪ ଗୁରୁତର

କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ ୫ବର୍ଷର ପୁଅ ଜୀତେନ୍ଦ୍ର ଜୁଆଙ୍ଗ । ସେହିପରି ଅନ୍ୟମାନେ ହେଲେ ଅଟୋ ଡ୍ରାଇଭର ବଳରାମ ଜୁଆଙ୍ଗ, ରଶବତୀ ଦେହୁରୀ ଓ ଜଗତା […]

Continue Reading

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ ଉଦ୍ଧାର କରାଯାଇଛି।ଲୋକମାନେ ଧାନ କାଟୁଥିବା ସମୟରେ ଅଜଗର ସାପଟିକୁ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ […]

Continue Reading

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ ପୂଜା କମିଟିକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ପୂଜା ପାଳନଠାରୁ ଜନସ୍ୱାସ୍ଥ୍ୟ ରକ୍ଷା ଆଗ ,ପୂଜା ବିଦ୍ଧି ହେଉ ,ଲୋକମାନେ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ […]

Continue Reading

ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ, ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା। ସୂଚନାମୂତାବକ, ଟିଟିଲାଗଡ଼ ସହର ହାଟପଦା ପଡ଼ାସ୍ଥିତ ଗୋରୁବଜାର ପଡ଼ାରେ ଘଟିଛି ଏହି ଘଟଣା। ସାନ ଭାଇ ପ୍ରମୋଦ ବେହେରା ନିଜ […]

Continue Reading

ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ କରୁଛନ୍ତି।‌ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମନେ […]

Continue Reading

ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ୪୨ତମ ଶାରଳା ପୁରସ୍କାର ଉତ୍ସବ । ସୁଖ୍ୟାତ କଥାକାର ପାରମିତା ଶତପଥୀଙ୍କୁ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ପ୍ରଦାନ କରାଯାଇଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ପୁରସ୍କାର ସ୍ବରୂପ ଭାବେ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥିସହ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା […]

Continue Reading

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ […]

Continue Reading

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା ଦେଇଛନ୍ତି ଲୋକେ । ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଅଛି ଠିକାସଂସ୍ଥା ବାଲାଜୀ କମ୍ପାନୀ । […]

Continue Reading

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର : ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ୱର୍ଗତ ମହାନ୍ତିଙ୍କ ବ୍ୟକ୍ତିତ୍ୱ, ଗୁଣାବଳୀ ଆଦି ବିଭିନ୍ନ ଦିଗ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସ୍ୱର୍ଗତ ବନମାଳୀ ମହାନ୍ତିଙ୍କ ସ୍ମୃତିରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କଦ୍ୱାରା […]

Continue Reading

ଫ୍ରିଜ୍ ଫାଟି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଫ୍ରିଜ୍ ଫାଟି ବିସ୍ଫୋରଣ ହୋଇ ଲାଗିଗଲା ନିଆଁ ।  ଦମ୍ପତି ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତି ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ଘରେ ଥିବା ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି […]

Continue Reading