ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ: ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ । ଧର୍ମର ସ୍ଥାନରେ ଅଧର୍ମ କାମ । ପୁରୀ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରି ପୂଜକ ଗିରଫ । ଅସଦାଚରଣ କରିଥିବା ପୂଜକଙ୍କ ନାଁ ସଂଗ୍ରାମ ଦାସ । ପୁଲିସ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସଙ୍କୁ ପକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ନାବାଳିକାଙ୍କୁ ବାମନ ମନ୍ଦିରରେ ଅସଦାଚରଣ ଅଭିଯୋଗ ହୋଇଥିଲା […]

Continue Reading

ଦୁଇଟି କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର

ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ଓ୍ବାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଦୁଇଟି ଇଞ୍ଜିନିୟରିଂ କଲେଜରେ ଟେକ୍ ମହିନ୍ଦ୍ରା ଓ ଡାସୌଲ୍ଟ ସିଷ୍ଟମ ଇଣ୍ଡିଆ […]

Continue Reading

ବାଲେଶ୍ବର ତାଳକୁରୁଣିଆରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍, ଦୁଇ ରାଉଣ୍ଡ ଗୁଳି ଫୁଟାଇ ଖସିଗଲେ ଦୁର୍ବୃତ୍ତ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ ପଳାଇଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ […]

Continue Reading

ପୋଖରୀରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ

ମାଲକାନଗିରି : ପୋଖରୀରେ ଗାଧୋଇବା ହେଲା କାଳ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମାଲକାନଗିରି ଜିଲ୍ଲା ପେଡ଼ାକୋଣ୍ଡା ପଞ୍ଚାୟତର ମଙ୍ଗ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ମାଆ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବଡ ଭଉଣୀ ରାଜେଶ୍ୱରୀ ପଡିଆମି ନିଜର ଦୁଇ ବର୍ଷର ସାନ ଭଉଣୀ ଶିବାନିକୁ ନେଇ ପୋଖରୀ କୁ ଗାଧୋଇବାକୁ ଯାଇଥିଲା । ହେଲେ ଦିର୍ଘ ସମୟ ଧରି ସେମାନେ […]

Continue Reading

ପାର୍ବଣ ପାଇଁ କଡ଼ା ହେଲା କଟକଣା : ସୋମବାରରୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ଯେଉଁଭଳି ଭାବରେ ନାଇଟ୍ କର୍ଫ୍ୟୁ ହେଉଥିଲା ସମାନ ଢଙ୍ଗରେ ନାଇଟ କର୍ଫ୍ୟୁ ହେବ ବୋଲି […]

Continue Reading

ମାଲକାନଗିରି ଛତିଶଗଡ ସୀମାନ୍ତରେ ଯବାନ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ୍ କଲେ ସଶସ୍ତ୍ର ମାଓବାଦୀ । ଏ ନେଇ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କୋହକାମେଟା ଅଂଚଳରେ ଏକ ପୋଲ ନିର୍ମାଣ କାମରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ସମୟରେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିବା ସୂଚନା ରହିଛି । ମାଓବାଦୀଙ୍କ ଗୁଳିମାଡରେ ଜଣେ ଆହତ ଆଇଟିବିପି ଯବାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନକ୍ସଲମାନଙ୍କୁ ପାଲଟା […]

Continue Reading

ବସ୍ତି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ପୁରୀ: ବସ୍ତିର ସମସ୍ୟା ନେଇ ପୁରୀ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହାସହ ଦାବିପତ୍ର ପ୍ରଦାନ କରାଯାଇଛି। ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ବସ୍ତିଟି ଜଳମଗ୍ନ ହୋଇଥାଏ। ଫଳରେ ବସ୍ତି ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ହେବ ବସ୍ତିରେ ପାଣି ଜମି ରହିବା ଯୋଗୁଁ ପିଲାମାନଙ୍କ ସ୍କୁଲ, ଡାକ୍ତରଖାନା ଓ ଯାତାୟତରେ ଘୋର ଅସୁବିଧା ହେଉଛି। ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକ ସୁବିଧା, ରାସ୍ତାକୁ […]

Continue Reading

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ ପ୍ରଜାତିର ପିଟ୍ ଭାଇପର ସାପ ଆବିଷ୍କାର କରିଛନ୍ତି । ଏହି ପିଟ୍ ଭାଇପର ସାପ ଗୁଡିକ ସାଧାରଣତଃ ଦକ୍ଷୀଣ ଭାରତରେ […]

Continue Reading

ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ମୟୁରଭଞ୍ଜ: ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ମୟୁରଭଞ୍ଜ ଜିଲ୍ଲା କୁଡ଼ୁମାଲି ସାଂସ୍କୃତିକ ସଙ୍ଗଠନ। ବାରିପଦା ପୌରାଞ୍ଚଳରେ ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରାଧିକାରୀଣି ଅନ୍ୟା ଦାସଙ୍କୁ ଭେଟି ଦାବି ପ୍ରଦାନ କରିଛି କୁଡୁମାଲି ସାଂସ୍କୃତିକ ସଙ୍ଗଠନ।ଶହୀଦ ରଘୁନାଥ ମାହାତୋ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଚୁଆଳ ବିଦ୍ରୋହର ପ୍ରଥମ ଶହୀଦ ଥିଲେ। ଏଥିସହିତ ଜିଲ୍ଲାର ସମସ୍ତ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛି […]

Continue Reading

ବର୍ଷା ସହ ବଜ୍ରପାତ ସମ୍ଭାବନା ,୧୧ ଜିଲ୍ଲାକୁ ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆଜି କିଛି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ରହିଛି । ରାଜ୍ୟରେ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ କରି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ନୂଆପଡା, ସମ୍ବଲପୁର ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଗୁଡିକୁ ପାଣି ପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୦ […]

Continue Reading