ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ପାରା ଅଲିମ୍ପିଆନଙ୍କ ପ୍ରଦର୍ଶନ ଦେଶକୁ ପ୍ରେରଣା ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ କରି ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପାରାଅଲିମ୍ପିକ୍ସର […]

Continue Reading

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ନିୟମ ନମାନିଲେ ଲକଡାଉନ୍ ଫେରିବ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]

Continue Reading

ଆଜି ସପ୍ତପୁରୀ ଅମାବାସ୍ୟା

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭୀରାର ପାଣି ପେଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ। ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ […]

Continue Reading

ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌, ବନ୍ଦ ହେଲା ସ୍କୁଲ

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ । ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ଢେଙ୍କାନାଳ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ସପ୍ତାହେ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ । ବିଦ୍ୟାଳୟରେ ପ୍ରଥମ ଦିନ ୧୯୭ ଜଣ ଏବଂ ଦ୍ବିତୀୟ ଦିନ ୧୪୭ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ରିପୋର୍ଟ […]

Continue Reading

କାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ବର : ଆସନ୍ତାକାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଅସୁସ୍ଥତା କାରଣରୁ ସେ ଓଡ଼ିଶା ଆସିପାରୁନଥିଲେ । ହେଲେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ କରି ପୁରୀ ଯିବେ କେନ୍ଦ୍ରମନ୍ତ୍ରୀ । ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ […]

Continue Reading

ସୀମିତ ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା ପାଇଁ ଅନୁମତି

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ । କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ବାରା ଯାତ୍ରା କରିବାକୁ ଅନୁମତି ଦେଇଛି ରେବାଇ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ସେହିପରି ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୦୮୫୨୧/୦୮୫୨୨ ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର […]

Continue Reading

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୪୩ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ଶିକ୍ଷକ । ୪୪୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବନିଯୁକ୍ତ ଶିକ୍ଷକଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ ବୋଲି ବକ୍ତବ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ […]

Continue Reading

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ମତ ଦେଲେଣି ବିଶେଷଜ୍ଞ । କିନ୍ତୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି କରିବା ବଦଳରେ କେବଳ […]

Continue Reading

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା ସଦସ୍ୟ ମାନେ। ବାରିପଦା ଅମ୍ବିକା ମନ୍ଦିରଠାରୁ ଏକ ସ୍ୱତନ୍ତ୍ର ଘରୋଇ ବସ ଯୋଗେ ଦିଲ୍ଲୀରେ ସେମାନେ ପହଁଚିବେ। ଆସନ୍ତା ୬ ତାରିଖ ଦିନ ଦିଲ୍ଲୀ ଯନ୍ତର ବନ୍ତର […]

Continue Reading

ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଦାଶ।ସୂଚନା ଅନୁସାରେ ଟାଙ୍ଗରପଡ଼ାର ପୂଜା ସୁନା ଓରଫ ବିଭାର ଏବଂ ଅନିଲ ସିଂ ଓରଫ ସୁନା ସହ ପ୍ରେମ ବିବାହ […]

Continue Reading