ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ମେଡିକାଲର ଅନ୍ୟ ଭିତ୍ତିଭୂମିକୁ ଯାଞ୍ଚ କରାଯାଇଛି । ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ […]

Continue Reading

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ ୪୨, A-2ରେ ୨୫୫ ଜଣ, B-1ରେ ୩୪୮ ଜଣ, B-2ରେ ୪୫୮, C-ରେ ୫୯୯ […]

Continue Reading

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ହସ୍ପି ଟାଲକୁ ପଠାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଟିଆଁସି ଗାଁ ରୁ ପ୍ରାୟ ୫ କିଲୋମିଟର ରାସ୍ତା ଚାଲିଚାଲି […]

Continue Reading

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ଆଉ ୧୦ଟି ରୂପାନ୍ତରିତ ସ୍କୁଲ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ । ଏହି ଅବସରରେ […]

Continue Reading

ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ଛତିଶଗଡ଼ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା । ପୋଲିସର ପୁନା ନର୍କମ ଅଭିଜାନରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ଯାହା ଫଳରେ ସର୍ଚ୍ଚ ଅପରେଶନ ବେଳେ ଯବାନଙ୍କୁ ସଫଳତା ମିଳୁନଥିଲା । ଦିନେ ମାଓବାଦୀଙ୍କ କଥାରେ ପଡି ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ […]

Continue Reading

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ଦାନାଦର ଗାଁର ପ୍ରଦୀପ ଦିଗାରଙ୍କ ସ୍ତ୍ରୀ ମାଳତୀ ଦିଗାରଙ୍କ କୋଳରୁ ତାଙ୍କ ଏକ ମାସର ଶିଶୁପୁତ୍ରକୁ […]

Continue Reading

ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ଏବିଇଓ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା କେସକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଦେବରାଜ ଦାସ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ୨୦୧୯ରେ ଏକ ପ୍ରୋସେଡିଂ ରଫାଦଫା କରିବାକୁ ଟଙ୍କା […]

Continue Reading

୫ ବର୍ଷ ପରେ ଧରା ପଡିଲା ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ, ବନ୍ଧୁକ ଓ ଗୁଳି ଜବତ

କଟକ : ବନ୍ଧା ହେଲେ ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ । ଓମ୍ ଓ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁକୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ୫ ବର୍ଷ ହେଲା ଫେରାର ଥିଲା ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ଦିଲୁ । ତାଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍‌ ଜବତ କରିଛି ପୋଲିସ । ଧଳସାମନ୍ତ ବ୍ରଦର୍ସଙ୍କ ଡାହାଣ ହାତ ଥିଲା ପ୍ରଦୀପ ସାହୁ […]

Continue Reading

ବସୁନ୍ଧରା ସ୍କିମ ଦୁର୍ନୀତି ମାମଲା, ତହସିଲଦାର ଓ ୪ ଜଣ ଆରଆଇ ଗିରଫ

ଭୁବନେଶ୍ବର : ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଭଦ୍ରକ, ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବତନ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଅଭିଯୋଗ ପରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ ଖାନତଲାସିକୁ ଜୋରଦାର କରାଯାଇଛି । ଘଟଣାରେ କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇଙ୍କୁ ଗିରଫ […]

Continue Reading

ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଭୟରେ ଗ୍ରାମବାସୀ

ଯାଜପୁର : ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଭୟରେ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଗତ ଦୁଇ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡ ଭାଲୁ ବୁଲୁଥିବା ବେଳେ, ଖାଦ୍ୟ ଅନ୍ବେଷଣରେ ଭାଲୁଟି ପାଖ ଜଙ୍ଗଲରୁ […]

Continue Reading