ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ- ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି। ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, […]

Continue Reading

ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି; ଡ୍ରୋନ୍ କ୍ୟାମେରା ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି। ଆକାଶ ମାର୍ଗରୁ ସବୁ ଉପରେ ବୁଲିଲା ଡ୍ରୋନ୍ କ୍ୟାମେରା। ତନତନ କରି ଦେଖାଇ ଦିଆଯାଇଛି, ଶ୍ରୀମନ୍ଦିରରେ କେଉଁଠି କେଉଁ ମନ୍ଦିର ଅଛି। ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ସୋଶାଲ ମିଡ଼ିଆ ୟୁଟୁବ୍‌ରେ ପଡ଼ିଛି ଏହି ଭିଡ଼ିଓ। ୨ ସପ୍ତାହ ତଳେ ଏହି ଭିଡିଓ ୟୁଟୁବ୍‌ରେ ଅପଲୋଡ କରାଯାଇଥିବା ବେଳେ ହଜାର ହଜାର […]

Continue Reading

ମେକ୍ ଇନ୍ ଓଡ଼ିଶା: ୬ ଲକ୍ଷ ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା  ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ ୬ ଲକ୍ଷ ଏସଏଚଜି କାମ କରୁଛନ୍ତି । ଏଗୁଡିକୁ ଏସଏମଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମାଆମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା  ଉପକାର ପାଇବେ ବୋଲି  ମୁଖ୍ୟମନ୍ତ୍ରୀ  […]

Continue Reading

ASO ପରୀକ୍ଷା ବିବାଦ: ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ପରବର୍ତ୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ। କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ୱରର ୭ଟି ଟେକ୍ନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ, ତାହା ଯଥାରୀତି […]

Continue Reading

ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଲେ ସାଂସଦ ଅପରାଜିତା

ପଦ୍ମପୁର: ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି ସମସ୍ତଙ୍କୁ ଶୌଚାଚଳ […]

Continue Reading

ବିଜେଡିକୁ ସୁରେଶଙ୍କ କଟାକ୍ଷ: କହିଲେ- ପଦ୍ମପୁରକୁ ରାଜଧାନୀ କରିଦେଲେ ଭଲ ହୁଅନ୍ତା

ପଦ୍ମପୁର: ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଉ ମଜାଳିଆ ଢଙ୍ଗରେ କହିଛନ୍ତି, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ପାଲଟି ଯାଇଛି। ଏଠି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଅଛନ୍ତି। ପଦ୍ମପୁରକୁ ପରମାନେଣ୍ଟଲି ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୧୦ରୁ ୧୫ ଦିନ ହେଲା ଓଡ଼ିଶା […]

Continue Reading

ବଜ୍ରକାପ୍ତା ଉଦ୍ଧାର, ୩ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବନଖଣ୍ଡରୁ ଏକ ବଜ୍ରକାପ୍ତା ଚାଲାଣ କରୁଥିବାବେଳେ ଏସଟିଏଫ୍ ଟିମ୍ ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଛି । ଏହା ସହିତ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହିତ କିଛି ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଛି ଏସଟିଏଫ୍ । ଗିରଫ ତିନି ଜଣ ହେଲେ କଟକ ବଡମ୍ୱାର ସାଧୁଚରଣ ମହାନ୍ତି, ରାୟଗଡା ଚାନ୍ଦିଲିର କଷ୍ଟି କାଦ୍ରକା ଓ ବଡମ୍ୱାର ବିଜୟ କୁମାର ପରିଡା । ସେମାନଙ୍କୁ ଏସଟିଏଫ୍ ଭୁବନେଶ୍ୱର କୋର୍ଟ […]

Continue Reading

ନବୀନ ନିବାସମୁହାଁ ଅଲଚିକ ଶିକ୍ଷକ, ନିୟମିତ ନ କଲେ ଚାକିରି ଛାଡ଼ିବା ଧମକ୍‌ ଦେଲେ

ନୀଳଗିରି: ଯେଉଁ ହାତ ଦିନେ ପାଠ ପଢ଼ାଉଥିଲା, ଯେଉଁ ପାଟିରୁ ଶିକ୍ଷଣୀୟ କଥା ବାହାରୁଥିଲା, ଏବେ ସେହି ହାତରେ ମୃଦଙ୍ଗ ଓ ସେହି ପାଟିରେ ଶୁଭୁଛି ପ୍ରତିବାଦର ସ୍ୱର। ନିୟମିତ ହେବା ଆଶାରେ ପ୍ରାୟ ୧୫ ବର୍ଷ ବେଠି ଖଟିବା ପରେ ଏହାକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ଶତାଧିକ ସାନ୍ତାଳୀ ଭାଷାର ଅଲଚିକ ଶିକ୍ଷକ । ମୟୂରଭଞ୍ଜର ଜନଜାତି ଭାଷାକୁ ବଞ୍ଚାଇ ରଖିବାକୁ ପ୍ରାୟ ୧୯ଟି ଆଦିବାସୀ ବ୍ଲକ ଅଞ୍ଚଳରେ ଶହେ ଅଲଚିକ ଶିକ୍ଷକଙ୍କୁ […]

Continue Reading

ମମିତା ହତ୍ୟା ମାମଲା: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଗିରଫ

ବଲାଙ୍ଗିର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍‌ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୁଲିସ୍‌ ଗିରଫ କରିଛି। ବୁଧବାର ରାତିରେ କଣ୍ଟାବାଞ୍ଜି ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲେ। ପରେ ଉଭୟଙ୍କୁ ଗିରଫ କରି […]

Continue Reading

ପାଣି ଭାବି ଡିଜେଲ ପିଇ ଦେଲା ଛୋଟ ଛୁଆ, ତାପରେ…

ବାଲେଶ୍ୱର: ଏକ ଛୋଟ ଛୁଆ ଡିଜେଲକୁ ପାଣି ଭାବି ପିଇଦେବାରୁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁଃଖର କଥା ହେଲା ପିଲାଟିର ବୟସ ଦେଢ ବର୍ଷ । ଆଉ ଏହି ଡିଜେଲ ବୋତଲଟି ତାର ବାପା ରଖିଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା, ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବାରୁ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ବାପା ମଙ୍ଗଳବାର ଦିନ ତାଙ୍କ କାରକୁ ମରାମତି […]

Continue Reading