ଅର୍ଥମନ୍ତ୍ରୀ ପଦ୍ମପୁରରେ, ୧୬,୮୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କଲେ ଅମାତ୍‌

ଭୁବନେଶ୍ୱର :୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବିକୁ ଆଜି ବିଧାନସଭାରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉପସ୍ଥାପନ କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୨୦୦କୋଟି ଟଙ୍କାର ଇନପୁଟ ସବସିଡି ବାବଦ ଅର୍ଥର ବ୍ୟବସ୍ଥା ଏହି ଅତିରିକ୍ତ ବଜେଟରେ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ […]

Continue Reading

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଶୀତ ବଢ଼ିବା ସହ ଆସନ୍ତା ୨ ଦିନ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ । ୨୨ […]

Continue Reading

ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଲତବି ରହିଲା ବିଧାନସଭା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିବେଶନ ଆରମ୍ଭରେ ଗୃହର ନେତା ମୁଖ୍ୟମନ୍ତ୍ରୀ ୨ ଜଣ ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ଉପନେତା ଏବଂ ୩ ଜଣ ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ । ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ଗୋଲକ ବିହାରୀ ନାୟକ ଏବଂ ବିରୋଧୀ […]

Continue Reading

ଆନନ୍ଦ ଟପ୍ପୋ ହତ୍ୟା ମାମଲା: ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ

କଟକ: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ହକି ତାରକା ବୀରେନ୍ଦ୍ର ଲାକ୍ରା। ଏନେଇ ଇନ୍‌ଫୋସିଟି ଥାନାରେ ଏତଲା ହୋଇଛି କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଆଜି ଭର୍ଚୁଆଲ୍‌ରେ ଉପସ୍ଥିତ ରହିଥିଲେ ଇନଫୋସିଟି ଥାନା ଅଧିକାରୀ। ମୋ’ ପାଖରେ ଏଫଆଇଆର ପହଁଚି ନଥିବା ସେ କୋର୍ଟଙ୍କୁ କହିଥିଲେ। ଏହା ପରେ ଏତଲା ହୋଇଛି କି […]

Continue Reading

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା କରି ପୁଣି ପଳାଉଥିଲା । ହେଲେ ବୁଧବାର ନିର୍ଲଜ ସ୍ୱାମୀ ସାମସନ କୁମାର ସବୁ […]

Continue Reading

ଆଜିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା

କଟକ: ଆଜିଠୁ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି । ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ବୌର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନ ସକାଳ ୯ଟାରେ ଛାତ୍ରଛାତ୍ରୀ ମାନେ ସେଣ୍ଟର ଭିତରକୁ ପ୍ରବେଶ କରିଛନ୍ତି। ଅନ୍ୟଦିନମାନଙ୍କରେ ୯ଟା ୧୫ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ […]

Continue Reading

ପଦ୍ମପୁର ଉପନିର୍ବାଚନ: ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ, ମନ୍ତ୍ରୀଙ୍କୁ ସୁରକ୍ଷା

ଭୁବନେଶ୍ୱର: ପଦ୍ମପୁର କଲେଜରେ ବିଜେଡି ନେତାଙ୍କ ସହ ବସି ଗୁପ୍ତ ନିର୍ବାଚନ ରଣନୀତି ସଭା ଆୟୋଜନ ଅଭିଯୋଗ ଘଟଣାରେ ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଚିଠିକୁ ସୁପାରିସ କରି ବିଭାଗକୁ ପଠାଇଛନ୍ତି ସିଇଓ। ପୂର୍ବରୁ ଏହି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରି ସିଇଓଙ୍କୁ ଲେଖିଥିଲେ ଜିଲ୍ଲାପାଳ। ଏଭଳି ସଭା କରାଯିବା ଦ୍ୱାରା ନିର୍ବାଚନୀ ଆଚରଣବିଧି ଉଲ୍ଲଂଘନ ହୋଇଥିବା ବିଜେପି ଅଭିଯୋଗ ଆଣିଥିଲା। […]

Continue Reading

ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର ପ୍ରଥମ ମହଲାରେ ଚାଲିଥିଲା ଦେହ ବ୍ୟବସାୟ । ପୋଲିସ ରାଣୀ ମହୁମାଛି ସହ ଜଣେ ଗ୍ରାହକକୁ ଗିରଫ କରିଥିବା ବେଳେ […]

Continue Reading

ଆସାମ-ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

ଗୌହାଟୀ: କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି। ଏହି ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମେଘାଳୟ ସରକାର ସୀମାନ୍ତ ଅଞ୍ଚଳର ୭ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ […]

Continue Reading

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରୁଛନ୍ତି ନୌସେନା କର୍ମଚାରୀ । ବନ୍ଦରର ଫର୍ଟିଲାଇଜର ବର୍ଥରେ ନାଭିର ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତରମାନେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ […]

Continue Reading