ଶାହୀନବାଗରେ ବୁଲଡୋଜର : ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ବୁଲଡୋଜର ପଂହଚିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସେଠାରେ ପଂହଚିଥିଲା । ତେବେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଭୟ ନ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହି ଜବରଦଖଲ ବିରୋଧରେ ସିପିଆଇଏମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ନିରାଶ ହେବାକୁ ପଡିଛି । ଏହି ଘଟଣାର ଶୁଣାଣୀ କରିବା ପାଇଁ ସୁପ୍ରିମକୋର୍ଟ ମନା କରି […]

Continue Reading

ଶ୍ରୀଲଙ୍କାରେ ଆର୍ଥୀକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ଚାପର ବଶୀଭୂତ ହୋଇ ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥୀକ ସଙ୍କଟ ପରେ ଦେଶରେ ଏବେ ହିଂସା ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ କରିବାରେ ସେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁ ମୁହିଁ ହୋଇଛନ୍ତି ।  ଏଥିଯୋଗୁ ଦେଶରେ […]

Continue Reading

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା ରଖିବା ପାଇଁ ସେ ଏପରି କରିଥାନ୍ତି । ବ୍ୟାଟରେ କୌଣସି ଟେପ ଲାଗିଥିଲେ ସେ ଏହାକୁ କାଢ଼ିଥାନ୍ତି । ସେହିପରି ସାମାନ୍ୟ ସୂତା […]

Continue Reading

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲା ବେଳେ ସାଣ୍ଟ୍ରୋ ଚାଳକ ଜଣକ ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ଉପସ୍ଥିତ ଦେଖଣାହାରୀ […]

Continue Reading

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି କ୍ଷେତ୍ର। ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥିନୀ କରିଛି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ଘୋଷଣା କରିଥିଲା। ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପରେ। ରେସରେ […]

Continue Reading

ଝିଅର ପ୍ରଥମ ଝଲକ ଦେଖାଇଲେ ପ୍ରିୟଙ୍କା ଚୋପ୍ରା

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା । ଯେଉଁଥିରେ ପ୍ରିୟଙ୍କା ଝିଅକୁ ଛାତିରେ ଜାବୁଡ଼ି ଧରିଥିବା ବେଳେ କୁନି ବେବିର ହାତକୁ ଧରିଛନ୍ତି ନିକ୍ ଜୋନ୍ସ । ପାଖାପାଖି ଶହେ ଦିନ ପରେ ନିଜ ଝିଅ […]

Continue Reading

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ:  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡିଆ ଯାଇ ବିନ୍ଧ କରାଯିବ […]

Continue Reading

ୟୁକ୍ରେନ ସ୍କୁଲ ଉପରେ ବୋମା ମାଡ କଲା ରୁଷ, ୬୦ ମୃତ

କୀଭ: ୟୁକ୍ରେନର ଲୁହାନସ୍କର ଏକ ସ୍କୁଲ ଉପରେ ରୁଷ ସେନା ବୋମା ମାଡ କରିଛନ୍ତି । ଏଥିରେ ୬୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୁହାନସ୍କ ଅଂଚଳ ଜନଶୂନ୍ୟ ହେବା ସହ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଯାଇଛି । ଯୁଦ୍ଧର ୭୩ ଦିନରେ ରୁଷ ଆକ୍ରମଣ ତୀବ୍ର କରି ଖାରକୀଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୀଭ ସୁରକ୍ଷିତ ଥିଲେ ମଧ୍ୟ ରୁଷ ଏହାର ଆଖପାଖ ଅଂଚଳକୁ ଟାର୍ଗେଟ କରି […]

Continue Reading

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି ଟଙ୍କା ସିଜ୍ କରିଛି । ଯେଉଁଥିରୁ ୧୭ କୋଟି ଟଙ୍କା ସିଏ ସୁମନଙ୍କ ଅଫିସରୁ ମିଳିଛି । ଏବଂ ୧.୮ କୋଟି ଟଙ୍କା ଅନ୍ୟ ଏକ […]

Continue Reading

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଝାରସୁଗୁଡ଼ା : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହା ସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ […]

Continue Reading