ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଦରକାର ୬ରନ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ୬ରନ ସଂଗ୍ରହ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ କୋହଲି ଭାରତୀୟ ମାଟିରେ କମ ମ୍ୟାଚରେ ୫୦୦୦ ରନ ହାସଲ କରିବା ଗୌରବ ଅର୍ଜନ କରିବେ । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା ସେ ୧୨୧ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ । କୋହଲି ଏ ପର୍ଯ୍ୟନ୍ତ ମାତ୍ର […]

Continue Reading

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ ଏହି ଘଟଣା ସାମ୍ନାକୁ ଆସିଥିଲେ ହେଁ ବ୍ୟକ୍ତି ଜଣକ ଗୁଜରାଟର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ […]

Continue Reading

ମିଷ୍ଟର ମମିରେ ଏକତ୍ର ଅଭିନୟ କରିବେ ରିତେଶ, ଜେନେଲିୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଗଣିତ ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ପୁନର୍ବାର ରିଲ ଲାଇଫରେ ଏକତ୍ର ଅଭିନୟ କରିବେ । ଭୂଷଣ କୁମାରଙ୍କ କମେଡି ଫିଲ୍ମ ମିଷ୍ଟର ମମିର ନିର୍ଦ୍ଦେଶନା ଦାୟିତ୍ୱ ଶାଦ ଅଲୀଙ୍କୁ ଦିଆଯାଇଛି । ଗୁଲଶନ କୁମାର ଓ ଟିସିରିଜ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ଫିଲ୍ମରେ ପୁରୁଷ ହେବା ସତ୍ୱେ ରିତେଶ କିପରି ଗର୍ଭ ଧାରଣ କରିଛନ୍ତି ତାହା ଉପରେ ଏହା ଆଧାରିତ । ଆଧୁନିକ ବିଜ୍ଞାନର ଏହି […]

Continue Reading

ନାଇଜେରିଆରେ ତୈଳବାହୀ ଜାହଜରେ ନିଆଁ, ସମୁଦ୍ରରେ ମିଶୁଛି ବ୍ୟାରେଲ ବ୍ୟାରେଲ ତୈଳ

ଆବୁଜା: ନାଇଜେରିଆରେ ଟ୍ରିନିଟି ସ୍ପିରିଟ ନାମକ ଏକ ଜାହଜ ସମୁଦ୍ର ମଧ୍ୟରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ବଡ ଧରଣର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ବ୍ୟାରେଲ ବ୍ୟାରେଲ ତେଲ ସମୁଦ୍ରରେ ମିଶୁଛି । ଏକ୍ସପ୍ଲୋରେସନ ଆଣ୍ଡ ପ୍ରଡକ୍ସନ କମ୍ପାନୀର ଜାହଜରେ ହଠାତ ନିଆଁ ଲାଗି ଯାଇଥିଲା । ଏଥିରେ ୨ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଥିଲା । ଏବେ ଏହା ସମୁଦ୍ରରେ ମିଶୁଥିବାରୁ ଜଳଚର ଜୀବ ଓ ସେମାନଙ୍କ […]

Continue Reading

ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଲା କେତେ ?

ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେତେ ମିଳିଛି ତାର ସୂଚନା ମିଳିଛି । ଓଡ଼ିଶାକୁ କେତେ ମିଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳପଥ ପାଇଁ ୨୩୬.୧୧ କୋଟି ବ୍ୟୟବରାଦ ହୋଇଛି । ଅନୁଗୁଳ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି । ଜୟପୁର-ମାଲକାନାଗିରି ପାଇଁ ୧୧ […]

Continue Reading

ଅନ୍ତିମ ସଂସ୍କାର ପାଇଁ ବ୍ୟବହୃତ ପଦାର୍ଥ ବିଜ୍ଞାପନରେ ବି ବିକନୀ ପିନ୍ଧା ମଡେଲ !

ମସ୍କୋ: ରୁଷିଆର ଏକ କମ୍ପାନୀର ବିଜ୍ଞାପନ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଅବଶ୍ୟ ଏହାକୁ ଅଧିକାଂଶ ନାପସନ୍ଦ କରିଛନ୍ତି । ରୁଷିଆନ ମର୍ଚୁରୀ ସର୍ଭିସ (ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକ କମ୍ପାନୀ) ବିକନୀ ପିନ୍ଧିଥିବା ମହିଳା ମଡେଲ୍ସଙ୍କ ଫଟୋ ବିଜ୍ଞାପନ ପାଇଁ ବ୍ୟବହାର କରିଛି । ହୋରୋନିମ ଅଣ୍ଡରଟେକର୍ସର କେତେକ ମଡେଲ କଫିନ ଉପରେ ଶୋଇଥିବା ବେଳେ ଅନ୍ୟମାନଙ୍କୁ ଉତେଜକ ପୋଜ ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ […]

Continue Reading

ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ରଥକାଠ । ପୁରୀ ବଡଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ ୩ଟି ଟ୍ରକରେ ଆସି ପହଁଞ୍ଚିଛି । ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛିା ଚଳିତ ବର୍ଷ ଆବଶ୍ୟକତା କାଠ ଠାରୁ ୪୨୨ ଖଣ୍ଡ କାଠ ସାମିଲ କରାଯିବ ଏବଂ ୩୬୩ ଖଣ୍ଡ କାଠ ରଥ […]

Continue Reading

ନନ୍ଦନକାନନ: ବାଘ ଶାବକ ବଂଶୀର ମୃତ୍ୟୁ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ମାସ ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି । ଏହା ଧଳା ବାଘୁଣୀ ‘ବିଜୟା’ର ଶାବକ ବୋଲି ଜଣାପଡ଼ିଛି । ଗତ ୧୦ ଦିନ ହେଲା ବାଘ ସଫାରୀରେ ବିଜୟା ସହ ତା’ର ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକଙ୍କ ସହ ମା’ ଫିଡିଂ ଚାମ୍ବରକୁ ଆସୁଥିଲା । ହେଲେ ତୃତୀୟ ଶାବକ ଆସୁନଥିଲା । ଆଜି ଜଣାପଡ଼ିଲା ଯେ, ତୃତୀୟ […]

Continue Reading

ଫାଙ୍କା ଗୁଳି ଚାଳନା କରି ୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟ୍ । ଖୋର୍ଦ୍ଧା ବାଘମାରି ବାମଡିହ ଛକରେ ଫାଙ୍କା ଗୁଳି ଚଳାଇ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ମର୍ଡନ ଫଟିଲାଇଜରର ଦୁଇ ଜଣ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ନେଇ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି । ଦୁର୍ବୁର୍ତ୍ତ ମାନେ ଫାଙ୍କା ଗୁଳିମାଡ କରିବା ସହ ବାମଡିହ ଛକ ନିକଟରେ ତାଙ୍କ ହାତରୁ ଟଙ୍କା ବ୍ୟାଗ ନେଇ […]

Continue Reading

ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ସ୍ଥାନ ପାଇଛନ୍ତି । ନୀରଜଙ୍କୁ ଲୌରେସ ୱାର୍ଲ୍ଡ ବ୍ରେକ ଥ୍ରୁ ଅଫ ଦି ଇୟର ଆୱାର୍ଡ ପାଇଁ ଶର୍ଟଲିଷ୍ଟ କରାଯାଇଛି । ଅଲଗା ଅଲଗା ବିଭାଗରେ ପୋଲାଣ୍ଡ ଫୁଟବଲ ଖେଳାଳି ରବର୍ଟ ଲେବାନଡିସ୍କି, ଆର୍ଜେଂଟିନାର ଲିଓନେଲ ମେସି, ସର୍ବିୟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ, ଅଷ୍ଟ୍ରେଲିଆର ଆଶଲେ ବାର୍ଟି ଏବଂ ମେସିଙ୍କ ଜାତୀୟ […]

Continue Reading