କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ ।
କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା ୪୨୦ ଓ OIPD ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ମନି ସର୍କୁଲେଶନ ଆକ୍ଟରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅନ୍ୟପଟେ ନିକିରାଇ ଥାନାର ଆଉ ଏକ ମାମଲାରେ ୨ ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଉଭୟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଏକକାଳୀନ ଦଣ୍ଡାଦେଶ ଶୁଣାଇଛନ୍ତି ।
<blockquote class=”twitter-tweet”><p lang=”en” dir=”ltr”>OPID Court, Cuttack convicted 4 accused persons in Nikirai PS Case No. 73/2016 U/s 420 IPC, 6 OPID Act, 4/5 PCMCS Act related to deposit fraud in Siddha Mahapurusha Money Society, Nikirai with 7 years of imprisonment and 5 lakhs fine. Kendrapara Dist Police investigated the case</p>— DGP, Odisha (@DGPOdisha) <a href=”https://twitter.com/DGPOdisha/status/1357328524042858498?ref_src=twsrc%5Etfw”>February 4, 2021</a></blockquote> <script async src=”https://platform.twitter.com/widgets.js” charset=”utf-8″></script>
କେନ୍ଦ୍ରାପଡା ଜିଲ୍ଲାରେ ସିଦ୍ଧ ମହାପୁରୁଷ ମନୀ ସୋସାଇଟି ଚିଟଫଣ୍ଡ ସଂସ୍ଥାର ଅଭିଯୁକ୍ତ ମାନେ ବିନା ରେଜିଷ୍ଟ୍ରେସନରେ ଲୋକଙ୍କୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ୪ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଠକାମିର ଶିକାର ହୋଇଥିବା କିଛି ଲୋକ ଥାନାରେ ଅଭିଯୋଗ କରିଥିଲେ ।