କେମିତି କମିବ ପେଟ ?

Top Storise ଜୀବନଚର୍ଯ୍ୟା ସମ୍ପାଦକୀୟ

ଆଜିର ଦିନରେ ଅଧିକାଂଶ ଲୋକେ ମୋଟାପଣର ଶିକାର ହେଉଛନ୍ତି । ଏହାର କାରଣ ତାଙ୍କ ଖାଦ୍ଯ ଅଟେ । କେବଳ ଖାଦ୍ୟ କହିପାରିବ ନାହିଁ ଏହାସହ ତାଙ୍କର କିଛି ଛୋଟ ଭୁଲ ମଧ୍ୟ ରହିଥାଏ । ଯାହା ଉପରେ ତାଙ୍କର କେବେ ବି ଧ୍ୟାନ ଯାଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ କଣ କରିବା ଉଚିତ ଆଉ କଣ କରିବା ଉଚିତ ନୁହ ।

ଡକ୍ଟରମାନଙ୍କ କହିବା ଅନୁଯାଇ, ଜଣେ ମୋଟା କେମିତି ହେବ ? ଯେତେବେଳେ ତା ମେଟାବୋଲିଜିମ ଅଧିକ ରହିବ ଏବଂ ସେହି ବ୍ୟକ୍ତି ତେଲ ମସଲା ଅଧିକ ସେବନ କରିବ। ତେବେ ଜଣେ ନିଜ ଓବେସିଟି ଅନୁଯାଇ ଖାଇବା ଉଚିତ ଏହା ପାଇଁ ଗୋଟେ ଫୋରମୂଳା ଜାଣି ରଖନ୍ତୁ । ଆପଣଙ୍କ ଓଜନ ଯେତେ ଅଛି ଡିଭାଇଡେଡ ବାୟ ଯେତେ ଆପଣଙ୍କ ହାଇଟ ଅଛି ଯଦି ଆପଣଙ୍କ ଉତ୍ତର ୧୮ ରୁ ୨୪ ଭିତରେ ଅଛି ତେବେ ଏହା ନର୍ମଲ ଅଟେ । କିନ୍ତୁ ଏହା ଠାରୁ ଅଧିକ ହେଲେ ଏହାକୁ ଓବେସିଟି କୁହାଯାଏ । ଏହାର ଅର୍ଥ ଆବଶ୍ୟକ ଠାରୁ ଅଧିକ ମୋଟା ହେବ ।

ଆଜିକା ସମୟରେ ଘରେ ପିଲାଙ୍କୁ କେବଳ ପାଠ ପାଠ କହି ମା ବାପା ଟିକେ ଖେଳିବାକୁ ଛାଡୁ ନାହାନ୍ତି । ଯାହା ତାଙ୍କ ଶରୀର ପାଇଁ ହାନି କାରକ ଅଟେ । ପିଲାମାନେ ଯେତେ ବାହାରେ ଖେଳ ଖେଳନ୍ତି ସେ ସେତିକି ସ୍ଵସ୍ଥ ରୁହନ୍ତି । ତେବେ ଛୁଆ ବେଳୁ ମା ବାପା କେବଳ ପାଠ ଉପରେ ଧ୍ୟାନ ଦଉଛନ୍ତି। ଆପଣଙ୍କୁ ନିଜ ଛୁଆକୁ ପ୍ରତି ଦିନ ସନ୍ଧ୍ୟାରେ ୪ ରୁ ୬ ଖେଳିବାକୁ ଛାଡିବାକୁ ହେବ । ଯାହା ଦ୍ଵାରା ଖେଳ ପ୍ରତି ତାଙ୍କ ଇଛା ବଢିବ ଏବଂ ସେ ଖେଳ ପ୍ରତି ଆକୃଷ୍ଠ ହେବ ।

ଯେଉଁ ମାନେ କାମ କରୁଛନ୍ତି ତାଙ୍କୁ ଆମେ କହିବାକୁ ଚାହୁଞ୍ଚୁ ଯେ ବାହାର ଖାଦ୍ଯ ଯେତେ କମ ଖାଇବେ ସେତେ ଭଲ । କାରଣ ବାହାରୁ ଯେତେ କମ ଖାଇବା ଶରୀରରେ ସେତିକି କମ ଚର୍ବି ହେବ । ତେଲିଆ ଜିନିଷ କମ ସେବନ କରନ୍ତୁ ଏହା ଛଡା ଖାଇବା ପରେ ତୁରନ୍ତ ଶୋଇବା ବା ବସିବା ଉଚିତ ନୁହେଁ । ଏହା ଆପଣଙ୍କ ଶରୀରରେ ଚର୍ବି ଏକତ୍ର କରିଥାଏ । ସେଥିପାଇଁ ଖାଇବା ପରେ ଅତି କାମରୁ ୧୦୦ ପାଦ ଚାଳନ୍ତୁ କେବଳ ୫ ମିନିଟରୁ ୧୦ ମିନିଟ ଲାଗିବ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଚର୍ବି ଲାଗିବ ନାହିଁ ଆଉ ଆପଣ ନିଜକୁ ବହୁତ ସ୍ଵସ୍ଥ ମନେ କରିବେ । କେବଳ ସେତିକି ନୁହେଁ ଖାଦ୍ଯରେ ସଂଯମତା ରଖନ୍ତୁ, କିଛି ବି ଅଧିକ ଖାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *