Skip to content
- ସକାଳ ସମୟରେ ବିଛଣା ତ୍ୟାଗ କରିବା ପରେ ପ୍ରଥମେ ଈଶ୍ୱରଙ୍କ ନାମ ସ୍ମରଣ କରିବା ଉଚିତ।
- ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
- ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ।
- ପତିପତ୍ନୀ ଏକତ୍ରିତ ଯେକୌଣସି ବ୍ରତ ପାଳନ କରନ୍ତୁ।
- ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ।
- ଏପରି କରିବା ଦ୍ୱାରା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ନିଶ୍ଚୟ ରହିଥାଏ। ସୌଭାଗ୍ୟ ପ୍ରାପ୍ତି ପାଇଁ ସପରିବାର ତୀର୍ଥ ଯାତ୍ରାରେ ଯିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି, ସୁଖସମୃଦ୍ଧି ବୃଦ୍ଧି ଓ ପରିବାର ପିଲାମାନଙ୍କ ମନ ନିର୍ମଳ ରହିଥାଏ।
- ସର୍ବଦା ପିଲାମାନଙ୍କ ଦ୍ୱାରା ଦାନ କରାନ୍ତୁ। ଏପରି କରିବା ଦ୍ୱାରା ସମଗ୍ର ପରିବାରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
- ପିତୃପୁରୁଷଙ୍କୁ ସ୍ନେହର ସହ ସ୍ମରଣ କରନ୍ତୁ।
- ଘରେ ପ୍ରସ୍ତୁତ ଭୋଜନରୁ ପ୍ରତିଦିନ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।
- ରାତିରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ବିଛଣା ନିକଟରେ ରଖି ଦିଅନ୍ତୁ। ସକାଳେ ଉଠିବା ମାତ୍ରେ ସେହି ପାଣି ଏକ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
- ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କିମ୍ବା ସଫାସୁଫି କାର୍ୟ୍ୟ କରନ୍ତୁ ନାହିଁ। ସନ୍ଧ୍ୟାରେ ଝାଡ଼ୁ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
- ଘରେ ପ୍ରତିଦିନ ଭଗବାନଙ୍କୁ ସତେଜ ଫୁଲ ଓ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ।
- ସକାଳ ଓ ସନ୍ଧ୍ୟାରେ ନିୟମିତ ଆଳତୀ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
- ଅମାବାସ୍ୟା ଦିନ ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ।
- ଘରେ ଥିବା ଗୁରୁଜନଙ୍କର ନିୟମିତ ସେବା କରନ୍ତୁ। ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ।
- ଘରର ବୈଠକ କକ୍ଷରେ ଭଗବାନ ବିଷ୍ଣୁ କିମ୍ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ସର୍ବଦା ରହିଥାଏ।
- ପରଦା ସଦୃଶ ଶଙ୍ଖ କିମ୍ବା ଶାମୁକାରେ ନିର୍ମିତ ହୋଇଥିବା ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ପାରିବାରିକ ମତଭେଦ ଦୂର ହୋଇଥାଏ।
- ଅଦରକାରୀ ବସ୍ତୁ ଘରେ ରଖନ୍ତୁ ନାହିଁ।
- ଖଟ ତଳେ କୌଣସି ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ।
- ଘରର ପ୍ରତ୍ୟେକ କକ୍ଷରେ ଫିଟକରି ଖଣ୍ଡ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ।
- ରୁଟି ପ୍ରସ୍ତୁତ କରିବା ପରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ରଖନ୍ତୁ।
Post Views: 223