ରାଜ୍ୟସ୍ତରୀୟ ରେଡ଼କ୍ରସ ସେବା ସମ୍ମାନ

Top Storise ରାଜ୍ୟ

ଭୁବନେଶ୍ୱର: ଯୁବ ରେଡ୍‌ କ୍ରସ୍‌ ଶାଖା, ଭାରତୀୟ ରେଡ୍‌ କ୍ରସ୍‌ ସୋସାଇଟି, ଓଡିଶା ତରଫରୁ ରାଜଭବନର ଅଭିଷେକ ଭବନରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ମାନବ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନକାରୀ ୭୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ମାନନୀୟ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଏହି ଅବସରରେ ଉପସ୍ଥିତ ରହି ସମାଜର ସୁବିଧା ଅସୁବିଧାରେ ଲୋକଙ୍କ ସହ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ସମାଜର ସେବା ପାଇଁ ସର୍ବଦା ତତ୍ପର ରହିବା ପାଇଁ ମହାମହିମ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ମଧ୍ୟ ଜଣାଇଛନ୍ତି ।

ସେହିପରି ନିମାପଡାରୁ ସୁଶ୍ରୀ ଭାଗ୍ୟଶ୍ରୀ ମିଶ୍ର ଯୁବ ରେଡ଼କ୍ରସ ସୋସାଇଟିର ରାଜ୍ୟ ଭଲ୍ୟୁଣ୍ଟିଅର ପୁରସ୍କାର ପାଇ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ମାନବ ସେବା, ସ୍ୱାସ୍ଥ୍ୟ ସଚେତନତା, ନାଗରିକ ଦାୟିତ୍ୱର ପ୍ରଚାର ପ୍ରସାର ପାଇଁ ସେବା ଜାରି ରଖିବେ ବୋଲି ଛାତ୍ରୀଜଣଙ୍କ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *