କୋଲକାତା: ହିଂସ୍ର ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ନେତାଙ୍କ ମଧ୍ୟରେ ରାଜନୀତିକ ବୟାନ ବାଜି ଲାଗି ରହିଥିବା ବେଳେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ରାମପୁର ଗାଁରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୬ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି ।
ଅଭିଯୋଗ ଅନୁସାରେ, ଶୁକ୍ରାବର ରାତିରେ ବିଜେପି କର୍ମୀମାନେ ଏକ ବାହାଘର ଉତ୍ସବରେ ଯୋଗଦେଇ ଫେରୁଥିଲେ । ହଠାତ୍ ବୋମାମାଡ଼ ହୋଇଥିଲା । ଏଥିରେ ୬ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି । ସମସ୍ତ ଅବସ୍ଥା ସ୍ଥିର ରହିଛି । ଟିଏମସି କର୍ମୀ ବୋମାମାଡ଼ କରିଥିବା ନେଇ ବିଜେପି ଅଭିଯୋଗ କରିଛି ।