ନୂଆଦିଲ୍ଲୀ : ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁକ୍ରବାର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି ଅବସରର ଉଦବୋଧନ ଦେଇ ମୋଦି କହିଛନ୍ତି ,ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ ମନ୍ଦିରର ନବୀକରଣ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଉଦ୍ୟମ ଏକ ବଡ ବାର୍ତ୍ତା ଅଟେ ।
ଗୁଜୁରାଟର ସୋମନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଛି ।ପ୍ରତିବର୍ଷ ସୋମନାଥ ମନ୍ଦିରକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ରହଣୀୟ ସ୍ଥାନ ନଥିବାରୁ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାୟ ସମ୍ମୁଖୀନ ହୁଅନ୍ତି । ଫଳରେ ୩୦ କୋଟି ଟଙ୍କା ବ୍ୟୟ ଅଟ କଳରେ ଏହି ସର୍କିଟ ହାଉସ ନିର୍ମାଣ କରାଯାଇଛି । ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଉନ୍ନତ ଧରଣର ରୁମ ନିର୍ମାଣ କରାଯାଇଛି ।
ସେ କହିଛନ୍ତି, ଗତ ୭ ବର୍ଷ ମଧ୍ୟରେ ଦେଶ ପର୍ୟ୍ୟଟନର ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ ନିରନ୍ତର କାର୍ୟ୍ୟ କରିଛି। ପର୍ୟ୍ୟଟନ କେନ୍ଦ୍ରର ବିକାଶ କେବଳ ସରକାରୀ ଯୋଜନାର ଅଂଶ ନୁହେଁ, ବରଂ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଅଭିଯାନ।” ସେ କହିଛନ୍ତି ଯେ ବିଶ୍ୱର ଅନେକ ଦେଶର ଅର୍ଥନୀତିରେ ପର୍ୟ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଏହି ଉଦଘାଟନି ସମାରୋହରେ ସମସ୍ତ ତୀର୍ଥ ଭୂମି ବିଷୟରେ ମୋଦି ଆଲୋକପାତ କରିଥିଲେ ।ଗୁଜୁରାଟରେ ସୋମନାଥ, ଦ୍ୱାରକା, କୁଞ୍ଚର ରାନ୍ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟିର , ଉତ୍ତରପ୍ରଦେଶର ଅଯୋଧ୍ୟା, ମଥୁରା, କାଶୀ, ପ୍ରୟାଗ, କୁଶୀନଗର ଏବଂ ବିନ୍ଦୁଚାଲ, ଦେବଭୂମୀ ଉତ୍ତରାଖଣ୍ଡର ବଦ୍ରିନାଥ କେଦାରନାଥ , ହିମାଚଳର ଜୱାଲା ଦେବୀ, ଆଦି ତୀର୍ଥ ସ୍ଥାନ ଗୁଡିକ ବିଷୟରେ ମୋଦି କହିଥିଲେ ।ପ୍ରତ୍ୟେକ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଅର୍ଥନୀତିର ଏକ ଗୁରୁତ୍ୱ ପୂର୍ଣ୍ଣ ଅଟେ ବୋଲି ମୋଦି କହିଥିଲେ।

