ପୁରୀ ଶିିଶୁକନ୍ୟା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା

Top Storise ଅପରାଧ ରାଜ୍ୟ

ପୁରୀ : ପୁରୀରେ ୫ ବର୍ଷର କୁନିଝିଅ ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ଗିରଫ ଦାବି ଜୋର ଧରିଲ।। ଦୁଷ୍କର୍ମ ଘଟିବାର ୩୬ ଘଣ୍ଟା ହୋଇଗଲାଣି ହେଲେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁରୀ ପୋଲିସ ।ଯାହାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯାଇଛି । ଏହି ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମାନେ ନିନ୍ଦା ମଧ୍ୟ କରିଛନ୍ତି ।

ଦୋଷୀକୁ ଶୀଘ୍ର ଗିରଫ କରା ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ । ଶତାଧିକ ବିଜେପି କର୍ମୀ ଶିଶୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଚାରୋଟି ଟିମ୍ ଲଗାଇ ପୋଲିସ ଖୋଜୁଛି ଅଭିଯୁକ୍ତକୁ ହେଲେ ଏର୍ପ୍ୟନ୍ତ ଅଭିଯୁକ୍ତ ଧରା ପଡିନି ।

ଗତ ୨୩ ତାରିଖରେ ଘଟଣା ଶିଶୁକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ମହେଶ ମହାନ୍ତି ଖସି ପଳାଇଥିଲେ । ପୋଲିସ ବହୁ ଖୋଜା ଖୋଜି କରିବା ସତ୍ୱେ ମଧ୍ୟ ମହେଶକୁ ପାଇବାରେ ବିଫଳ ହୋଇଥିଲା । ଅଭିଯୁକ୍ତର ପୈତୃକ ଘର ଜଗତସିଂହପୁର, ସମ୍ପର୍କୀୟଙ୍କ ଘର ପାରାଦୀପ,ପୁରୀର ବ୍ରହ୍ମଗିରି , ପେଣ୍ଠକଟା ଆଦି ସ୍ଥାନରେ ଚଢାଉ କରିଛି ପୋଲିସ । ଅଭିଯୁକ୍ତ ଅସ୍ଥାୟୀ ଡ୍ରାଇଭର ରୂପେ କାମ କରୁଥିବାରୁ ବିଭିନ୍ନ ଟ୍ରାଭେଲ ସଂସ୍ଥାରେ ମଧ୍ୟ ଖୋଳତାଡ ଚାଲିଛି ।

ତେବେ ଏହି ଘଟଣାକୁ ଗୁରୁତର ସହ ନିଆଯିବା ସହ ଏଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ସହ ବିଭିନ୍ନ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ସମ୍ପର୍କରେ ରହି ସବୁ ଦିଗରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ମିହିର ପଣ୍ଡା ।ସେପଟେ ଅଭିଯୁକ୍ତକୁ ଗିରଫ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି।

Leave a Reply

Your email address will not be published. Required fields are marked *