୧୩ଟି ବୁଥରେ ପୁନଃ ମତଦାନ ପ୍ରସ୍ତାବ : ରାଜ୍ୟ ନିର୍ବାଚନ କମିସନ

Top Storise ରାଜ୍ୟ

ଭୁବନେଶ୍ୱର: ରବିବାର ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ଏଥିଲାଗି ୬୭୯ ଜଣ ପ୍ରାର୍ଥୀ ଅଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୧୮ ହଜାର ୪୯୫ ୱାର୍ଡରେ ନିର୍ବାଚନ ହେଉଛି । ସେଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ। ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ।

ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି।  ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି।
ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି। ଏ ସବୁ ଉପରେ ନିର୍ବାଚନ କମିସନ ବିଚାର ବିମର୍ଶ କରୁଛନ୍ତି।

ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟି ବେଳେ ତିନି ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଛି । ଗଞ୍ଜାମରେ ସବୁଠୁ କମ୍ ମତଦାନ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ମତଦାନ ହୋଇଥିବାବେଳେ ୮୪.୭% ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୮୬% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୦.୩୨%, ବାଲେଶ୍ବରରେ ୭୮.୭୪%, ବଲାଙ୍ଗୀରରେ ୭୪.୬୩%, ବରଗଡ଼ରେ ୭୬.୨%, ଭଦ୍ରକରେ ୮୧.୦୪% ମତଦାନ ହୋଇଛି।

Leave a Reply

Your email address will not be published. Required fields are marked *