କାମ ଦେଉନି ‘ବୟକଟ୍’ ଟ୍ରେଣ୍ଡ୍; ‘କାଶ୍ମୀର ଫାଇଲ୍ସ’କୁ ପଛରେ ପକେଇଲା ‘ବ୍ରହ୍ମାସ୍ତ୍ର’

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ‘ବ୍ରହ୍ମାସ୍ତ୍ର’ ପାଇଁ କାମ ଦେଉନି ‘ବୟକଟ୍’ ବିବାଦ। ‘ବୟକଟ୍’ ଟ୍ରେଣ୍ଡ୍ ସତ୍ତ୍ୱେ ଆରମ୍ଭରୁ ଭଲ ରୋଜଗାର କରିଚାଲିଛି ‘ବ୍ରହ୍ମାସ୍ତ୍ର’। ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିଥିବା ଏହି ମଲ୍ଟି ଷ୍ଟାରର୍‌ ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିଛି। ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ଯେ ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ଭିତରେ ‘ବ୍ରହ୍ମାସ୍ତ୍ର’ କିପରି ଏତେ ରୋଜଗାର କରୁଛି।

ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବାର ପ୍ରଥମ ଦିନରୁ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଚାଲିଛି। ରିଲିଜ୍‌ର ତୃତୀୟ ଦିନରେ ୩୯.୫ କୋଟି ରୋଜଗାର କରିବାରେ ଏହି ଫିଲ୍ମ ସଫଳ ହୋଇଥିଲା। ମୋଟ ଉପରେ ଏହି ଫିଲ୍ମ ଭାରତରେ ୧୨୪ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ସାରା ବିଶ୍ୱରେ ୨୨୫ କୋଟି ଅତିକ୍ରମ କରିଛି।’ବ୍ରହ୍ମାସ୍ତ୍ର’ ଆରମ୍ଭରୁ ଭଲ ବ୍ୟବସାୟ କରୁଥିଲେ ବି ବକ୍ସ ଅଫିସ୍‌ରେ ପ୍ରଥମ ସୋମବାର ଫିଲ୍ମ ପାଇଁ ସ୍ମରଣୀୟ ଥିଲା। ବ୍ଲକ୍‌ ସିଟ୍‌କୁ ଛାଡିଦେଲେ ଫିଲ୍ମର ଅଗ୍ରୀମ ବୁକିଂ ମାତ୍ର ୪ କୋଟି ଥିଲା। ରବିବାର ଦିନ ପ୍ରାୟ ୪୫ କୋଟି ରୋଜଗାରରେ ପହଞ୍ଚିଥିବା ‘ବ୍ରହ୍ମାସ୍ତ୍ର’ର ରୋଜଗାର ଉପରେ ସୋମବାର କି ପ୍ରଭାବ ପଡିଛି ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ। ଏଭଳି ପରିସ୍ଥିତିରେ ସୋମବାରର ଆକଳନ ପୁଣି ଥରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।ସୋମବାର ବକ୍ସ ଅଫିସ୍ ବ୍ୟବସାୟକୁ ଦେଖିଲେ ଏହା କୁହାଯାଇପାରେ ଯେ ଫିଲ୍ମ ମଧ୍ୟ ଏହି ପରୀକ୍ଷଣକୁ ଅତିକ୍ରମ କରିଛି। ଚତୁର୍ଥ ଦିନ ଅର୍ଥାତ୍ ସୋମବାର ଫିଲ୍ମଟି ପ୍ରାୟ ୧୫.୧୦ କୋଟି ରୋଜଗାର କରିଛି। କହିବାକୁ ଗଲେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ସୋମବାର ମଧ୍ୟରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଥିଲା। କିନ୍ତୁ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ସେ ସ୍ଥାନ ନେଇଛି। ତେବେ ଆସନ୍ତୁ ନଜର ପକେଇ ନେବା ୨୦୨୨ରେ ସୋମବାର ହିଟ୍ ହୋଇଥିବା ବଲିଉଡ୍‌ର ରିପୋର୍ଟ କାର୍ଡ ଉପରେ।

ବ୍ରହ୍ମାସ୍ତ୍ର – ୧୫.୧୦ କୋଟି ଟଙ୍କା

କାଶ୍ମୀର ଫାଇଲ୍ସ – ୧୫.୦୫ କୋଟି ଟଙ୍କା

ଭୁଲ୍ ଭୁଲୈୟା ୨- ୧୦.୭୫ କୋଟି ଟଙ୍କା

ଜୁଗ୍ ଜୁଗ୍ ଜିୟୋ – ୪.୮୨ କୋଟି ଟଙ୍କା

ଭାରତରେ ‘କାଶ୍ମୀର ଫାଇଲ୍ସ’ର ମୋଟ୍ ବକ୍ସ ଅଫିସ୍ ଆୟ ୨୫୨ କୋଟିରୁ ଅଧିକ ଥିଲା। ଏବେ ଏହା ଦେଖିବାକୁ ପଡ଼ିବ ଯେ, କେତେ ଦିନ ମଧ୍ୟରେ ‘ବ୍ରହ୍ମାସ୍ତ୍ର’ ‘କାଶ୍ମୀର ଫାଇଲ୍ସ’ର ଏହି ରେକର୍ଡକୁ ଭାଙ୍ଗିପାରୁଛି।

Leave a Reply

Your email address will not be published. Required fields are marked *