ରାଜଧାନୀ ଢୋଲକାଠରେ ଭିନ୍ନ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ

Top Storise ରାଜ୍ୟ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଯାଯାବର ଟ୍ରଷ୍ଟ, ମାଷ୍ଟର ଗିରିଜା ଓ ଚଣ୍ଡିପ୍ରସାଦ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଢୋଲକାଠ ଗାଁର ଆଦିବାସୀ ପିଲାଙ୍କ ସହ ଶିଶୁ ଉତ୍ସବ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନେ ଗୀତ, ନାଚ, ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଭାବକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସବୁଠୁ ବଡ଼ କଥା ହେଲା ରାଜଧାନୀ ଉପକଣ୍ଠ ଏହି ଗାଁର ପିଲାମାନେ ଏବେବି ଅନ୍ଧାରୀ ମୂଲକର ବାସୀ। ରାଜଧାନୀ ପାଖରେ ରହିଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ କି ବିଜୁଳି ଆଲୁଅ ନାହିଁ। ଗାଁ ଭିତରେ ମୋବାଇଲ ନେଟୱର୍କ ଆସେ ନାହିଁ। ଫୋନ୍ କରିବାକୁ ହେଲେ ୫ କିମି ଦୂରକୁ ଯିବାକୁ ପଡେ। ମୋବାଇଲ, ଟିଭିଠୁ ବହୁ ଦୂରରେ ଥିବା ସତ୍ୱେ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରି ପିଲାମାନେ ପ୍ରମାଣ କରିଦେଇଥିଲେ ଯେ ସେମାନେ କେଉଁଥିରେ କମ୍ ନୁହନ୍ତି। ସେମାନଙ୍କୁ ପାଠ୍ୟ ଉପକରଣ ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଯାଯାବର ଟ୍ରଷ୍ଟର ସଭାପତି ମୁକେଶ ପରିଡ଼ା, ଚଣ୍ଡିପ୍ରସାଦ ଫାଉଣ୍ଡେସନ୍ ଓ ମାଷ୍ଟର ଗିରିଜାର ଅଧ୍ୟକ୍ଷା ଅମୀୟବାଳା ପରିଡ଼ାଙ୍କ ନେତୃତ୍ୱରେ ଯାଯାବର ଟ୍ରଷ୍ଟର ଉପ ସଭାପତି ରାମଜୀବନ ଗୋଛାୟତ, ଆବାହକ ମନୋରଞ୍ଜନ ମହାନ୍ତି, ସହ ସମ୍ପାଦକ ସ୍ମୃତି ରଞ୍ଜନ ବିଶ୍ୱାଳ, କୋଷାଧକ୍ଷ ସତ୍ୟଜିତ୍ ରାଉତ୍, ଯୁଗ୍ମ ସମ୍ପାଦକ ଅନିଲକାନ୍ତ ଦାସ,ସମ୍ବିତ୍ ବେହେରା, ପ୍ରିୟଦର୍ଶନୀ ସାହୁ, ନଳିନୀ କୁମାର ରାଉତ, ସ୍ୱୟଂ ସପୂର୍ଣ୍ଣା କର, ସୁମନ୍ତ ବେହେରା ଓ ଦେବସ୍ମିତା ଦାସଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଢୋଲକାଠ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *