ପରଲୋକରେ ଯୁବ ସମାଜ ସେବୀ ଜ୍ଞାନ ରଞ୍ଜନ

Top Storise ରାଜ୍ୟ

ଟାଙ୍ଗି : ପରଲୋକରେ ଯୁବ ସମାଜ ସେବି ଜ୍ଞାନ ରଞ୍ଜନ ଜେନା । କଟକ ସ୍ଥିତ ଏକ ଘୋରାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ସେପ୍ଟେମ୍ବର ମାସ 27 ତାରିଖ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁପରେ ଗ୍ରାମ ଜଡିପଡ଼ା, ତୋଟାସାହି ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଜ୍ଞାନ ରଞ୍ଜନ କଟକ ସ୍ଥିତ scb ବଡ ମେଡିକାଲରେ କାର୍ଯ୍ୟରତ ଥିବାବେଳେ ସମାଜସେବାରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ କାର୍ଯ୍ୟକଳାପକୁ ମନେ ପକାଇବା ସହ ଗ୍ରାମରେ ଶୋକ ସଭା ପାଳନ କରାଯାଇଛି । ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନୀଳକଣ୍ଠ ଯୁବକ ସଂଘ ପକ୍ଷରୁ ଶୋକସଭା ପାଳନ କରାଯାଇଛି ।

ସୂଚନା ମୁତାବକ, କିଛିଦିନ ପୂର୍ବେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ ପରେ ସେ ମୃତ୍ୟୁ ବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *