ରାଗିଂ ପାଇଁ ୮୨ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା

Top Storise ରାଜ୍ୟ

କେନ୍ଦୁଝର: ରାଗିଂ ଅଭିଯୋଗ ପାଇଁ ୮୨ ଜଣ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏଥିସହ ଲାଇବ୍ରେରୀରୁ ବହି ନନେବାକୁ ଓଡ଼ିଶା ସ୍କୁଲ୍‌ ଅଫ୍‌ ମାଇନିଂ ଇଞ୍ଜିନିୟରିଂ( ଓଏସ୍‌ଏମ୍ଇ) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।

ଓଡ଼ିଶା ସ୍କୁଲ୍‌ ଆଫ୍‌ ମାଇନିଂ ଇଞ୍ଜିନିୟରିଂର ଖଣ୍ଡାଧାର ଛାତ୍ରାବାସରେ କେତେକ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ କମିଟି ଦ୍ଵାରା ଘଟଣାର ଅନୁଧ୍ୟାନ କରିଥିଲେ। ଏହାର ସତ୍ୟାସତ୍ୟ ଜଣାପଡ଼ିବା ପରେ ତୃତୀୟ ବର୍ଷର ୮୨ ଜଣ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏଥିସହ ପଞ୍ଚମ ଓ ଫାଇନାଲ୍‌ ସେମିଷ୍ଟାର୍‌ ପାଇଁ ସେମାନଙ୍କୁ କୌଣସି ବହି ନଦେବାକୁ କଲେଜ ଲାଇବ୍ରେରୀକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରମାନେ ପୁନର୍ବାର ଏଭଳି ଆଚରଣ କରିବେ ନାହିଁ ବୋଲି ଲିଖିତ ଭାବେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ଏଭଳି ଆଚରଣ କଲେ, ଛାତ୍ରମାନଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *