ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଡିସେମ୍ବର ୮ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପହଞ୍ଚି ପାରେ । । ତେବେ ଏହାର ପ୍ରଭାବ ଓଡ଼ିଶା ପ୍ରତି ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୭ ତାରିଖ ରାତିରୁ ପୁଡ୍ଡୁଚେରୀ, କରାଇକଲ୍‌ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇପାରେ ।

Leave a Reply

Your email address will not be published. Required fields are marked *