ମ୍ୟାଚ୍‌ ହାରିଥିଲେ, ଏବେ ଟିମ ଇଣ୍ଡିଆ ଖେଳାଳିଙ୍କ ପାଉଣା ୮୦% କଟିଲା

Top Storise କ୍ରୀଡ଼ା

ଢାକା: ବାଂଲାଦେଶ ଠାରୁ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି। ମିରପୁରରେ ଧିମା ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କ ଉପରେ ଆର୍ଥିକ ଦଣ୍ଡ ଲାଗୁ କରାଯାଇଛି। ଦଣ୍ଡ ସ୍ୱରୂପ ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କାଟି ଦିଆଯାଇଛି। ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ଗୋଟିଏ ୱିକେଟରେ ହାରିଥିଲା।

ତେବେ ଭାରତ ଆବଶ୍ୟକ ସମୟ ଭିତରେ ବୋଲିଂ କରି ନଥିବାରୁ ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରୀ ରଞ୍ଜନ ମଦୁଗାଲ୍ଲେ ଖେଳାଳିଙ୍କ ଉପରେ ଜୋରିମାନା ଲାଗୁ କରିଛନ୍ତି। ଧାର୍ଯ୍ୟ ସମୟ ଭିତରେ ଭାରତୀୟ ଖେଳାଳିମାନେ ୪ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ରେଫରୀ ୮୦% ମ୍ୟାଚ୍‌ ଫି’ କାଟି ଦେଇଛନ୍ତି।

ଆଇସିସିର କୋଡ ଅଫ କଣ୍ଡକ୍ଟର ଧାରା ୨.୨୨ ଅନୁଯାୟୀ, ଗୋଟିଏ ଓଭର ଧିମା ବୋଲିଂ ପାଇଁ ଖେଳାଳିଙ୍କ ମ୍ୟାଚ୍‌ ‍ଫି’ ୨୦% କଟା ଯିବ। ଭାରତୀୟ ଖେଳାଳିମାନେ ୪ ଓଭର ପଛରେ ଥିବାରୁ ସେମାନଙ୍କ ମ୍ୟାଚ ଫି’ ୮୦% କଟିଛି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏହି ଦଣ୍ଡାଦେଶକୁ ଗ୍ରହଣ କରିବା ସହ ନିଜର ଭୁଲକୁ ମାନି ନେଇଛନ୍ତି। ତେଣୁ ଏହାର ଶୁଣାଣି ହେବନାହିଁ ବୋଲି ଆଇସିସି କହିଛି।

ଭାରତ ପ୍ରଥମ ମ୍ୟାଚ୍‌ରେ ହାରିଥିବା ବେଳେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ।

Leave a Reply

Your email address will not be published. Required fields are marked *